ଶିଳ୍ପାଙ୍କ ବଡ଼ ନିଷ୍ପତ୍ତି; ସ୍ବାମୀଙ୍କଠାରୁ ରହିବେ ଅଲଗା! ପିଲାମାନଙ୍କ ଉପରେ ଯେପରି…

ବମ୍ବେ: ଯାହା ଉପରେ ବିଶ୍ୱାସ କରି ସାରା ଜୀବନ କାଟିଦେବାର ସ୍ବପ୍ନ ଦେଖିଥିଲେ, ସେ ହିଁ ବିଶ୍ୱାସଘାତକତା କରିବାକୁ ପଛାଇଲେ ନାହିଁ। ଏପରି କିଛି ଘଟିଛି ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ବ୍ୟକ୍ତିଗତ ଜୀବନରେ। ସ୍ବାମୀ ରାଜ କୁନ୍ଦ୍ରା ପର୍ନ ଫିଲ୍ମ ନିର୍ମାଣ ମାମଲାରେ ଛନ୍ଦି ହୋଇ ଗିରଫ ହେବା ପରେ ଶିଳ୍ପାଙ୍କୁ ଅନେକ ଲୋକ କଟୁ ମନ୍ତବ୍ୟ ଦେଇଥିଲେ। ତାଙ୍କ ପରିବାରକୁ ଅନେକ କିଛି ସହିବାକୁ ପଡ଼ିଥିଲା। ଯାହାକୁ ନେଇ ସେ ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସେ ସ୍ବାମୀଙ୍କଠାରୁ ଅଲଗା ରହିବେ ବୋଲି ନିଷ୍ପତ୍ତି ନେଇସାରିଥିବା ନେଇ କୁହାଯାଉଛି।

ଶିଳ୍ପା ସ୍ବାମୀଙ୍କଠାରୁ ଅଲଗା ରହିବେ। କେବଳ ଏତିକି ନୁହେଁ ତାଙ୍କ ସହ ଦୁଇ ସନ୍ତାନ ମଧ୍ୟ ରହିବେ। ସେ ତାଙ୍କ ଛୁଆମାନଙ୍କ ଉପରେ କୁପ୍ରଭାବ ପଡ଼ିବାକୁ ଦେବାକୁ ଚାହୁଁନାହାନ୍ତି। ସେ ରାଜଙ୍କ ରୋଜଗାରର ଟଙ୍କାଟିଏ ବି ଚାହୁଁନାହାନ୍ତି। ନିଜେ କାମ କରି ନିଜ ପିଲାମାନଙ୍କ ଯତ୍ନ ନେଇପାରିବେ ବୋଲି ସେ ଭାବୁଛନ୍ତି। ଏଥିପାଇଁ ସେ ଟେଲି ପରଦା ସହ ଫିଲ୍ମରେ ମଧ୍ୟ କାମ ଖୋଜୁଥିବା ଚର୍ଚ୍ଚା ହେଉଛି।

ସବୁଠାରୁ ବଡ ଦୁଃଖର ବିଷୟ ଶିଳ୍ପାଙ୍କ ପାଇଁ ଏହା ଯେ ସେ ସ୍ବାମୀଙ୍କ ପର୍ନ ବ୍ୟବସାୟ ବିଷୟରେ କିଛି ବି ଜାଣି ନ ଥିଲେ। ରାଜ ତାଙ୍କୁ ଏହି ବ୍ୟବସାୟରୁ ରୋଜଗାର କରୁଥିବା ଟଙ୍କାରେ ଉପହାର ଦେଉଥିଲେ। ହେଲେ ଏବେ ସତ ଉପରୁ ପରଦା ଉଠିଛି। ଏହାକୁ ନେଇ ଶିଳ୍ପାକୁ ଆଘାତ ଲାଗିଛି।

Share