ହସ୍ପିଟାଲରେ ଭର୍ତ୍ତି ହେଲେ ଶିଳ୍ପା ସେଟ୍ଟିଙ୍କ ମାଆ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ମାଆ ସୁନନ୍ଦାଙ୍କର ନିକଟରେ ସର୍ଜରୀ ହୋଇଛି । ଅଭିନେତ୍ରୀ ଇନଷ୍ଟାଗ୍ରାମରେ ତାଙ୍କ ମାଆଙ୍କ ପାଇଁ ଏକ ନୋଟ ଶେୟାର କରିଛନ୍ତି । ଏହାସହ ସେ ତାଙ୍କ ମାଆଙ୍କ ଆଶୁ ଆରୋଗ୍ୟ କାମନା କରିବାକୁ ପ୍ରଶଂସକଙ୍କୁ ଅନୁରୋଧ କରିଛନ୍ତି । ଶିଳ୍ପା ଡାକ୍ତରଙ୍କ ସହ ତାଙ୍କ ମାଆଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । କୁହାଯାଉଛି କି ଏ ହେଉଛନ୍ତି ସେହି ଡାକ୍ତର ଯେ କି କିଛିଦିନ ପୂର୍ବରୁ ଅଭିନେତ୍ରୀ ସୁସ୍ମିତା ସେନଙ୍କର କାର୍ଡିଆକ ସର୍ଜରୀ କରିଥିଲେ ।
ଡାକ୍ତରଙ୍କ ସହ ମାଆଙ୍କ ଫଟୋ ଶେୟାର କରି ଅଭିନେତ୍ରୀ ଲେଖିଛନ୍ତି, ଜଣେ ମାତା ପିତାଙ୍କୁ ସର୍ଜରୀ ହେବା ଦେଖିବା କୌଣସି ସନ୍ତାନ ପାଇଁ ସହଜ ନୁହେଁ । ଯଦି ମୁଁ ମୋ ମାଆଙ୍କଠାରୁ କିଛି ବି ଶିଖିବାକୁ ଚାହିଁବି ତେବେ ତାହା ହେଉଛି ତାଙ୍କର ସାହସ ଓ ଲଢିବାର ଭାବନା । ଗତକିଛି ଦିନ ଉତ୍ଥାନ ପତନ ଦେଇ ଗତିକରିଛି । ହେଲେ ମୋର ହିରୋ ଓ ମୋ ହିରୋର ହିରୋ ସବୁକିଛି ଠିକ କରି ଦେଇଛନ୍ତି! ଡାକ୍ତର ରାଜୀବ ଭାଗୱତ, ସର୍ଜରୀ ପରେ ଓ ପୂର୍ବରୁ ମାଆଙ୍କର ଏତେ ଯତ୍ନ ନେଇଛନ୍ତି ସେଥିପାଇଁ ଧନ୍ୟବାଦ । ନାନାବତି ହସ୍ପିଟାଲ ଓ ଏହାର ରେଗୁଲାର ସପୋର୍ଟକୁ ବି ଧନ୍ୟବାଦ । ମୋ ମାଆଙ୍କୁ ସୁସ୍ଥ ରଖିବାକୁ ନିଜର ପ୍ରାର୍ଥନା ଭିତରେ ରଖିଥ।।ନ୍ତୁ ।
ଶିଳ୍ପାଙ୍କ ନୋଟ ଉପରେ ଭଉଣୀ ସମିତା ସେଟ୍ଟି କମେଣ୍ଟ କରି ଲେଖିଛନ୍ତି, ଆମର ମମ୍ମି ସବୁଠାରୁ ଷ୍ଟ୍ରଙ୍ଗ… ଲଭ ୟୁ ।

Share