କନ୍ୟା ସନ୍ତାନଙ୍କ ପାଦ ଧୋଇଦେଲେ ଶିଳ୍ପା

ମୁମ୍ବାଇ: ଧରା ପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ମହାମାୟା । ଅକ୍ଟୋବର ୨୪ରେ ସାରା ଦେଶରେ ପାଳନ କରାଯାଇଛି ମହାଷ୍ଟମୀ ପୂଜା । ଏହି ଅବସରରେ ମହାଗୌରୀଙ୍କର ସ୍ୱତନ୍ତ୍ର ପୂଜା କରାଯାଇଥାଏ । ଅନେକ ସ୍ଥାନରେ ଏହିଦିନ କନ୍ୟା ସନ୍ତାନଙ୍କୁ ମଧ୍ୟ ପୂଜା କରାଯାଇଥାଏ । ତେବେ ଏହି ଅବସରରେ ବଲିଉଡ୍ ନାୟିକା ଶିଳ୍ପା ସେଟ୍ଟୀ ମଧ୍ୟ ନିଜ କନ୍ୟା ଶମିଶା ସମେତ ୯ ଜଣ କନ୍ୟାଙ୍କର ପୂଜା କରିଛନ୍ତି । ଆଉ ଏହାର ଏକ ଭିଡିଓ ସେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଏହି ଭିଡିଓରେ ପ୍ରଥମେ ମା’ଙ୍କ ଆରାଧନା କରାଯାଇଛି ଓ ପରେ ପରେ ଶିଳ୍ପା ତାଙ୍କ କୁନି ଝିଅର ପାଦକୁ ପୂଜା କରୁଛନ୍ତି । ଏହାପରେ ପରେ ୮ ଜଣ କନ୍ୟା ସନ୍ତାନଙ୍କ ପାଦ ଧୋଇ ନୂତନ ବସ୍ତ୍ର ପିନ୍ଧାଇ ଦେଉଛନ୍ତି ଶିଳ୍ପା । ଏହାପରେ ପିଲାମାନଙ୍କୁ ବସାଇ ବନ୍ଦାପନା କରିବା ସହ ଖାଦ୍ୟ ପରସୁଛନ୍ତି ଶିଳ୍ପା । ତାଙ୍କସହ ଭଉଣୀ ଶିଳ୍ପା ଓ ପତି ରାଜ କୁନ୍ଦ୍ରା ମଧ୍ୟ ନଜର ଆସିଛନ୍ତି ଉକ୍ତ ଭିଡିଓରେ । ଏହି ଭିଡିଓ ଶେୟାର କରି ଶିଳ୍ପା ଲେଖିଛନ୍ତି, ଅଷ୍ଟମୀ ତିଥିରେ ହିଁ ସୌଭାଗ୍ୟ ଓ ଆଶୀର୍ବାଦ ଯୋଗୁ ଆମକୁ ଶମିଶା ମିଳିଥିଲା । ଆସି ତା’ର ପ୍ରଥମ ନବରାତ୍ରୀ । ତେଣ ଏହି ଅବସରରେ ଆମେ କନ୍ୟା ପୁଜା କରିଛୁ ।

 

Share