ହ୍ୱିଲ ଚେୟାରରେ ଶିଳ୍ପା, ୱାକର ଧରି ଦେଲେ ପୋଜ

ମୁମ୍ବାଇ: ବଲିଉଡର ଗ୍ଲାମର କୁଇନ ଶିଳ୍ପ ସେଟ୍ଟିଙ୍କର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ନିଜ କାମ ପ୍ରତି ଥିବା ତାଙ୍କର ଡେଡିକେଶନ ସମ୍ପର୍କରେ ସମସ୍ତେ ପ୍ରାୟ ଜାଣିଥିବେ । ନିକଟରେ ଅଭିନେତ୍ରୀ ଇନଷ୍ଟାଗ୍ରାମରେ କିଛି ଲାଟେଷ୍ଟ ଫଟୋ କଲେକସନ ଶେୟାର କରିଛନ୍ତି । ଏଥିରେ ଶିଳ୍ପାଙ୍କ ଗୋଡରେ ପ୍ଲାଷ୍ଟର ବନ୍ଧା ହେବା ସହ ଗ୍ଲାମରସ ଅନ୍ଦାଜରେ ସେ ପୋଜ ଦେଇଥିବା ଦେଖାଯାଇଛି । ସୂଚନାଯୋଗ୍ୟ, ଗୋଡରେ ପ୍ଲାଷ୍ଟର ଲାଗି ଶିଳ୍ପା ଏକ ଇଭେଣ୍ଟରେ ପହଞ୍ଚିଥିଲେ । ଆଉ ତାଙ୍କର ଏହି ଅନ୍ଦାଜ ପ୍ରଶଂସକଙ୍କୁ ବେଶ ପସନ୍ଦ ଆସିଥିଲା । ଏହି ଫଟୋରେ ସେ ମଲ୍ଟି କଲର ଓ ପ୍ରିଣ୍ଟେଡ ଲଙ୍ଗ ଗାଉନ ପିନ୍ଧିଥିବା ଦେଖାଯାଇଥିଲା । କେଶ ଖୋଲା ରଖିବା ସହ ତାଙ୍କର ମେକଅପ ଗ୍ଲାମରସ୍ ଲୁକରେ ଥିଲା । ତେବେ ହ୍ୱିଲ ଚେୟାର ନୁହେଁ ସେ ୱାକରରେ ଫଟୋ ପୋଜ ଦେଇଥିଲେ । ଏମିତି କିଛି ଫଟୋ ଓ ଭିଡିଓ ଦେଖିବା ପରେ ଶିଳ୍ପାଙ୍କ ପ୍ରସଂଶକଙ୍କ ଲାଇକ କମେଣ୍ଟର ସୁଅ ଛୁଟିଥିଲା । କେହି କେହି ହାର୍ଟ ଇମୋଜି ଦେଇଥିବା ବେଳେ କେହି ଫାୟାର ଇମୋଜି ଦେଇଥିଲେ । କେହି ତାଙ୍କୁ ପ୍ରେରଣାଦାୟକ କହିଥିବା ବେଳେ କେହି କେହି ତାଙ୍କର ଆଶୁ ଆରାଗ୍ୟ କାମନା ବି କରିଥିଲେ ।
ସୂଚନାଯୋଗ୍ୟ, ନିକଟରେ ରୋହିତ ସେଟ୍ଟିଙ୍କ ଫିଲ୍ମ ଇଣ୍ଡିଆନ ପୋଲିସ ଫୋର୍ସର ଶୁଟିଂ ସେଟରେ ଶିଳ୍ପା ନିଜକୁ ଆହତ କରିଦେଇଥିଲେ । ଆଉ ତା’ପରେ ସେ ହ୍ୱିଲ ଚେୟାରରେ ଥିଲେ ।

Share