ରାଜଙ୍କ ପାଇଁ କରଓ୍ବାଚୌଥ ବ୍ରତ କଲେ ଶିଳ୍ପା

ମୁମ୍ବାଇ: ସବୁବେଳେ ଚର୍ଚ୍ଚାରେ ରହୁଥିବା ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ସ୍ବାମୀ ରାଜ କୁନ୍ଦ୍ରାଙ୍କ ପାଇଁ କରଓ୍ବାଚୌଥ ବ୍ରତ ପାଳନ କରିଛନ୍ତି । ସୋସିଆଲ ମିଡିଆରେ ଏନେଇ ସେ ଏକ ଭିଡିଓ ଶେୟାର କରିଛନ୍ତି । ଯେଉଁଥିରେ ତାଙ୍କ ଶାଶୁ ମା’ ଦେଇଥିବା ଉପହାର ନଜର ଆସୁଛି । ରାଜ ମଧ୍ୟ ତାଙ୍କ ସହ ଏହି ବ୍ରତ କରନ୍ତି ବୋଲି ଶିଳ୍ପା କହିଛନ୍ତି।

ଏଥିରେ ଲାଲ ରଙ୍ଗର ଆଉଟଫିଟରେ ସେ ଖୁବ୍‌ ସୁନ୍ଦର ଦେଖା ଯାଉଛନ୍ତି । ଏହା ସହିତ ସେ ‘ସମସ୍ତଙ୍କୁ କରଓ୍ବାଚୌଥର ଶୁଭାକାମନା ଜଣାଇଥିଲେ। ଉପବାସ କରିଥିବା ସମସ୍ତ ମହିଳାଙ୍କ ସ୍ବାମୀ ସୁସ୍ଥ ଏବଂ ସୁରକ୍ଷିତ ରୁହନ୍ତୁ ବୋଲି ସେ କ୍ୟାପ୍ସନରେ ଲେଖିଛନ୍ତି ।

 

Share