ଅଧା ଲାଣ୍ଡି ହୋଇଗଲେ ଶିଳ୍ପା, ମେକ୍‌ଓଭର୍‌ ଭିଡିଓ ଦେଖି…

ବମ୍ବେ: ଅଧା ଲାଣ୍ଡି ହୋଇଗଲେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ। କଥାଟି ଆମେ ମନରୁ କହୁନାହୁଁ। ଶିଳ୍ପା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ରିଲ୍‌ ଶେୟାର କରିବା ପରେ ପ୍ରଶଂସକ ଚକିତ ହୋଇଯାଇଛନ୍ତି। ତେବେ ଶିଳ୍ପା ନିଜର ଲୁକ୍‌କୁ ମେକ୍‌ଓଭର ଦେବାକୁ ଯାଇ ଏଭଳି କିଛି କରିଥିବା ସ୍ପଷ୍ଟ ହୋଇଛି।

ନିଜକୁ ନୂଆ ଷ୍ଟାଇଲ୍‌ ଦେବାକୁ ଯାଇ ଶିଳ୍ପା ଲାଣ୍ଡି ହୋଇଛନ୍ତି। ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିବା ଭିଡିଓରେ ଶିଳ୍ପା ଜିମ୍‌ରେ ଓ୍ବାର୍କଆଉଟ୍‌ କରୁଥିବା ନଜର ଆସିଛି। ଏହାପୂର୍ବରୁ ସେ ନିଜ କେଶକୁ ଉପରକୁ ଟେକି ନିଜ ଲୁକ୍‌କୁ ଦେଖାଉଛନ୍ତି। ଏହି ଷ୍ଟାଇଲ୍‌କୁ ସେ ‘ଅଣ୍ଡରକଟ୍‌ ବଜ୍‌ କଟ୍‌’ ବୋଲି ବର୍ଣ୍ଣନା କରିଛନ୍ତି। କେହି କେହି ଏହି ଷ୍ଟାଇଲ୍‌କୁ ପସନ୍ଦ କରିଥିବା ବେଳେ କିଛି ଫାୟାର ଇମୋଜି ଦେଇଛନ୍ତି। ଆଉ କେତେଜଣ ତିରୁପତି ଯାଇ ପୁରା ଲାଣ୍ଡି ହୋଇଯିବାକୁ ପରାମର୍ଶ ଦେଇଥିବା ବେଳେ ଲୁକ୍‌ ବିଲକୁଲ ପସନ୍ଦ ଆସୁନାହିଁ ବୋଲି କହିଛନ୍ତି।

Share