କରୋନା ଆକ୍ରାନ୍ତ ସ୍ବାମୀଙ୍କୁ ଦେଖି ଏମିତି ପ୍ରେମ ପ୍ରକାଶ କଲେ ଶିଳ୍ପା ସେଟ୍ଟୀ

କରୋନାରେ କେବଳ ସାଧାରଣ ଲୋକ ନୁହଁନ୍ତି, ସେଲିବ୍ରିଟିମାନେ ମଧ୍ୟ ସାମାଜିକ ଦୂରତା ବଜାୟ ରଖୁଛନ୍ତି। ଏହାର ସର୍ବଶେଷ ଉଦାହରଣ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଦେଇଛନ୍ତି। ଶିଳ୍ପାଙ୍କୁ ଛାଡି ଏବେ ତାଙ୍କ ସମ୍ପୂଣ୍ଣ ପରିବାର କରୋନା ଆକ୍ରାନ୍ତ ହୋଇଛନ୍ତି। ଏହି ସମୟରେ ସେ ପରିବାର ଲୋକଙ୍କଠାରୁ ଅଲଗା ରହୁଛନ୍ତି। ଅଲଗା ରହୁଥିଲେ ମଧ୍ୟ ସ୍ବାମୀଙ୍କଠାରୁ ନିଜକୁ ସେ ଅଲଗା କରିପାରିନାହାନ୍ତି। ଶିଳ୍ପା ନିଜ ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି। ଫଟୋରେ ଶିଳ୍ପା ଦୁଇଟି ମାସ୍କ ପିନ୍ଧି ସ୍ବାମୀ ରାଜ କୁନ୍ଦ୍ରାଙ୍କ ମୁହଁକୁ ଚାହଁିଛନ୍ତି। ରାଜ ମଧ୍ୟ ତାଙ୍କୁ ଚାହିଁଛନ୍ତି। କିନ୍ତୁ ମଝିରେ କାଚ ବାଡ ରହିଛି। ଫଳରେ ଉଭୟ ପରସ୍ପରକୁ ସ୍ପଷ୍ଟ ଭାବେ ଦେଖି ପାରୁଛନ୍ତି।
ସେ ଫଟୋ ଶେୟାର କରି ଲୋକମାନଙ୍କୁ ଏହି ମହାମାରୀରୁ କିପରି ସକାରାତ୍ମକ ଭାବରେ ବାହାରକୁ ଆସିବେ ପରାମର୍ଶ ଦେଇ କହିଛନ୍ତି, କରୋନା ପରିବେଶରେ ପ୍ରେମ। କରୋନା ହେଉଛି ପ୍ରେମ। ଏହା ସହିତ ସେ ଆହୁରି ଲେଖିଛନ୍ତି, ପ୍ରାର୍ଥନା ପାଇଁ ସମସ୍ତଙ୍କୁ ଧନ୍ୟବାଦ।
ଶିଳ୍ପା ଶେଟ୍ଟୀ ଏବଂ ତାଙ୍କ ୨ କର୍ମଚାରୀଙ୍କୁ ଛାଡି ଶାଶୁ, ତାଙ୍କ ମା, ପୁଅ ଭିଆନ, ଝିଅ ସମିଶା ଏବଂ ସ୍ବାମୀ ରାଜ କୁନ୍ଦ୍ରା କରୋନା ଆକ୍ରାନ୍ତ ହୋଇଛନ୍ତି। ଶିଳ୍ପା ନିଜେ ଏକ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଥିଲେ।

Share