ବମ୍ବେ: ସୋସିଆଲ ମିଡିଆକୁ ବାଏ କହିଛନ୍ତି ଚୁଲବୁଲି ଅଭିନେତ୍ରୀ ଶିଳ୍ପା ସେଟ୍ଟୀ। ଲଗାତାର ଭାବେ ନିଜ ଫ୍ୟାଶନ ସେନ୍ସ, ଅଭିନୟ, ଫିଟନେସ ଏବଂ ନୃତ୍ୟକୁ ନେଇ ସୋସିଆଲ ମିଡିଆରେ ହଲଚଲ୍ ସୃଷ୍ଟି କରୁଥିବା ଶିଳ୍ପାଙ୍କ ଏଭଳି ନିଷ୍ପତ୍ତି ସମସ୍ତଙ୍କୁ ଚମକାଇଛି। ଅଭିନେତ୍ରୀ ନିଜର ଇନଷ୍ଟାଗ୍ରାମ ଏବଂ ଟୁଇଟର ଆକାଉଣ୍ଟରେ ଏକ ପୋଷ୍ଟ ଶେୟାର କରି ଏନେଇ ସୂଚନା ଦେଇଛନ୍ତି।
କଳାରଙ୍ଗର ଏକ ଫଟୋ ପୋଷ୍ଟ କରି ଶିଳ୍ପା କହିଛନ୍ତି, ଗୋଟିଏ ଜିନିଷକୁ ଦେଖି ଦେଖି ବୋର୍ ହୋଇଗଲିଣି। ସବୁକିଛି ଏକାଭଳି ଲାଗୁଛି। ଏଣୁ ସୋସିଆଲ ମିଡିଆରୁ ବ୍ରେକ୍ ନେଉଛି। ଯେତେବେଳେ ନୂଆ ଭୂମିକା ମିଳିବ ସେତେବେଳେ ଫେରିବି ବୋଲି ସେ ପ୍ରଶଂସକଙ୍କୁ ଆଶ୍ୱସ୍ତ କରିଛନ୍ତି।
View this post on Instagram