ରାକେଶଙ୍କ ପରେ ଏବେ ଆମିର୍‌ଙ୍କୁ ଡେଟ୍‌ କରୁଛନ୍ତି ଶିଳ୍ପାଙ୍କ ଭଉଣୀ !

ବମ୍ବେ: ପ୍ରେମରେ ପଡ଼ିଛନ୍ତି ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଭଉଣୀ ସମିତା ସେଟ୍ଟୀ। ଏଭଳି କିଛି ଚର୍ଚ୍ଚା ଏବେ ବଢ଼ିବାରେ ଲାଗିଛି। ପୂର୍ବରୁ ତାଙ୍କ ନାମ ଅଭିନେତା ରାକେଶ ବାପଟଙ୍କ ସହ ଯୋଡ଼ା ଯାଇଥିଲା। ବିଗ୍‌ବସ୍‌ ଘରେ ଉଭୟଙ୍କ ଭେଟ ହୋଇଥିଲା। ପ୍ରଶଂସକ ତାଙ୍କ ଯୋଡ଼ିକୁ ପସନ୍ଦ କରୁଥିଲେ ହେଁ ଏହା ବେଶି ଦିନ ଚାଲି ନ ଥିଲା। ଏବେ ରାକେଶଙ୍କଠାରୁ ଅଲଗା ହେବା ପରେ ସେ ଅଭିନେତା ଆମିର ଅଲିଙ୍କ ପ୍ରେମରେ ପଡ଼ିଥିବା କୁହାଯାଉଛି।

ସମିତା ଆଶିଷ ଚୌଧୁରୀଙ୍କ ବିବାହ ବାର୍ଷିକୀର ପାର୍ଟିରେ ସାମିଲ ହୋଇଥିଲେ। ଶୁକ୍ରବାର ମୁମ୍ବାଇରେ ଆୟୋଜିତ ଏହି ପାର୍ଟିରେ ସେ ଆମିରଙ୍କ ନିକଟତର ନଜର ଆସିଥିଲେ। ଏହାଛଡ଼ା ଏକ ଭିଡିଓରେ ଆମିର ସମିତାଙ୍କୁ ଗାଡ଼ି ଯାଏ ଛାଡ଼ିବାକୁ ଆସି ଗୁଡବାଏ କିସ୍‌ କରୁଥିବା ଦେଖାଯାଇଥିଲା। ଏହାକୁ ନେଇ ସମିତା ପ୍ରେମରେ ପଡ଼ିଥିବା ଅନୁମାନ କରାଯାଉଛି।

ଏକ ରିପୋର୍ଟରେ ମଧ୍ୟ ସମିତା ଆମିରଙ୍କୁ ଦୀର୍ଘ ଦିନରୁ ଜାଣିଥିବା କୁହାଯାଇଛି। ଏବେ ତାଙ୍କ ମଧ୍ୟରେ କେବଳ ବନ୍ଧୁତା ନା ଆଉ କିଛି ରହିଛି ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ।

ଅପରପକ୍ଷେ ଆମିର ଅଭିନେତ୍ରୀ ସଞ୍ଜିଦା ଶେଖଙ୍କ ପୂର୍ବ ସ୍ବାମୀ। ସେ ଏକ ସନ୍ତାନର ପିତା ମଧ୍ୟ। ଏକଦା ସଞ୍ଜିଦାଙ୍କ ସହ ତାଙ୍କ ଯୋଡ଼ି ଟେଲିଭିଜନର ଲୋକପ୍ରିୟ ଯୋଡ଼ି ବୋଲି କୁହାଯାଉଥିଲା। ହେଲେ ତାହା ଭାଙ୍ଗିବା ପରେ ସମସ୍ତେ ଚକିତ ହୋଇଥିଲେ।

ଦେଖନ୍ତୁ ଭିଡିଓ:

Share