Advertisement

ଶିଳ୍ପାଙ୍କ ପୁଅ ଆଇଙ୍କ ଗୋଡ଼ ମସାଜ୍‌ କରୁଥିବା ଭିଡିଓ ଭାଇରାଲ

ମୁମ୍ବାଇ,୧୭।୪: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ପୁଅ ଭିଆନ କୁନ୍ଦ୍ରାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓକୁ ଶିଳ୍ପାଙ୍କ ଫ୍ୟାନମାନେ ବେଶ୍‌ ପସନ୍ଦ କରିବା ସହ ପ୍ରଂଶସା ମଧ୍ୟ କରିଛନ୍ତି। ଭିଆନଙ୍କୁ ସଂସ୍କାରି ବୋଲି ମଧ୍ୟ କୁହାଯାଇଛି। ଭାଇରାଲ ହୋଇଥିବା ଭିଡିଓରେ ଶିଳ୍ପାଙ୍କ ମା’ ସୁନନ୍ଦା ସେଟ୍ଟୀଙ୍କ ଗୋଡ଼ ଭିଆନ ମସାଜ କରୁଥିବା ଦେଖିବାକୁ ମିଳିଛି। ଏଥିରେ ଭିଆନ ବହୁତ କ୍ୟୁଟ ଦେଖାଯାଉଛନ୍ତି। ସୂଚନାଯୋଗ୍ୟ, ଶନିବାର ରାମ ନବମୀ ଦିନ ଶିଳ୍ପା ତାଙ୍କ ମା’, ଭଉଣୀ ଓ ଭିଆନଙ୍କ ସହ ମୁମ୍ବାଇର ଇସ୍କନ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ। ସେଠାରୁ ଆସିବା ପରେ ଭିଆନ ତାଙ୍କ ଆଇଙ୍କ ଗୋଡ଼ ମସାଜ୍‌ କରୁଥିବା ବେଳେ ଶିଳ୍ପା ତାଙ୍କର ଭିଡିଓ କରିଥିଲେ। ଭିଡିଓରେ ଶିଳ୍ପା କ’ଣ କରୁଛ ବୋଲି ତାଙ୍କୁ ପ୍ରଶ୍ନ କରିବାରୁ ସେ ଆଇଙ୍କ ଗୋଡ଼ ମସାଜ କରୁଛି ବୋଲି ଉତ୍ତର ଦେଇଥିଲେ। ଏହାପରେ ସୁନନ୍ଦା ଭିଆନଙ୍କ ମୁଣ୍ଡରେ ହାତ ରଖି ଆର୍ଶୀବାଦ ଦେଉଥିବା ନଜର ଆସିଛି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ପୂର୍ବରୁ ମଧ୍ୟ ଭିଆନଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ବାହୁବଳୀ ଫେମ୍‌ ପ୍ରଭାସଙ୍କ ସେ ନକଲ କରିବା ପାଇଁ ଚେଷ୍ଟା କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share