ଶିଳ୍ପାଙ୍କ ଜବରଦସ୍ତ ଡ୍ୟାନ୍ସ

ମୁମ୍ବାଇ: ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ତାଙ୍କର ଫିଟ୍‌ନେସ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ଥାନ୍ତି। ଶିଳ୍ପା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍‌। ଅଧିକାଂଶ ସମୟରେ ସେ ତାଙ୍କର ଷ୍ଟାଇଲିସ୍‌ ଫଟୋଗୁଡ଼ିକୁ ସୋସିଆଲ ମିଡିଆରେ ପୋଷ୍ଟ ବି କରିଥାନ୍ତି। ସେ ଏବେ ତାଙ୍କର ଏକ ଡ୍ୟାନ୍ସ ଭିଡିଓ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଏହି ଭିଡିଓରେ ଶିଳ୍ପା ଜବରଦସ୍ତ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। ସେ ଏକ ବ୍ଲୁ ଜିନ୍ସ ଏବଂ ବ୍ଲାକ୍‌ ଟପ୍‌ ପିନ୍ଧି ପାର୍କରେ ଠୁମ୍‌କା ଲଗାଇଛନ୍ତି। ତାଙ୍କର ଏହି ଡ୍ୟାନ୍ସ ଫ୍ୟାନ୍ସମାନଙ୍କୁ ଖୁବ୍‌ ପସନ୍ଦ ଆସିଛି। ସେମାନେ ବାରମ୍ବାର ଶିଳ୍ପାଙ୍କ ଏହି ଡ୍ୟାନ୍ସ ଭିଡିଓକୁ ଦେଖୁଛନ୍ତି।

Share