ମୁହଁ ଲୁଚାଇଲେ ଶିଳ୍ପାଙ୍କ ସ୍ବାମୀ, ଲୋକେ କହିଲେ…

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପର୍ନ ଫିଲ୍ମ ନିର୍ମାଣ ଅଭିଯୋଗରେ ଧରାପଡ଼ିବା ପରେ ଗଣମାଧ୍ୟମରୁ ଦୂରେଇ ରହିଛନ୍ତି। ନିକଟରେ ଶିଳ୍ପା ଏବଂ ରାଜଙ୍କୁ ମୁମ୍ବାଇ ବିମାନ ବନ୍ଦରରେ ଦେଖିବାକୁ ମିଳିଥିଲା। ଏହି ସମୟରେ, ରାଜ ଫଟୋଗ୍ରାଫରଙ୍କୁ ଦେଖି ମୁହଁ ଲୁଚାଇ ପଳାଇଥିଲେ। ସୋସିଆଲ ମିଡିଆରେ ଏ ସମୟର କିଛି ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ରାଜଙ୍କୁ କ୍ୟାମେରଙ୍କୁ ଲୁଚି ଯାଉଥିବାର ଦେଖାଯାଇଛି।
ସେ ଏକ କଳା ଟି-ଶର୍ଟ, କଳା ଚଷମା ଏବଂ କଳା ମାସ୍କ ପିନ୍ଧିଥିଲେ, ଯେଉଁ କାରଣରୁ ତାଙ୍କ ଚେହେରା ଦେଖାଯାଉ ନ ଥିଲା। ରାଜଙ୍କ ପରେ ଶିଳ୍ପା କାର ଭିତରୁ ଓହ୍ଲାଇ ଫଟୋଗ୍ରାଫରଙ୍କ ସମ୍ମୁଖରେ କିଛି ନଙ୍‌ ନ କହି ବିମାନବନ୍ଦର ଆଡକୁ ମୁହାଁଇଲେ। ଏହି ସମୟରେ ଶିଳ୍ପା ଏକ ଧଳା ରଙ୍ଗର ବ୍ଲେଜର ଏବଂ ଡେନିମ ଜିନ୍ସ ପିନ୍ଧିଥିଲେ। ଏହାପୂର୍ବରୁ ରାଜ ଏବଂ ଶିଳ୍ପା ନିଜ ପିଲାମାନଙ୍କ ସହିତ ହିମାଚଳରେ ନଜର ଆସିଥିଲେ।
ରାଜ କୁନ୍ଦ୍ରାଙ୍କ ଏହି ଭିଡିଓରେ ଲୋକମାନେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, ତୁମେ ଏପରି କାର୍ଯ୍ୟ କାହିଁକି କରୁଛ, ଯାହାଫଳରେ ତୁମ ଚେହେରାକୁ ଲୁଚାଇବାକୁ ପଡୁଛି। ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, ଏପରି କାର୍ଯ୍ୟ ଜାରି ରଖ, ଯାହାଫଳରେ ଲୋକମାନେ ଆଖି ମଧ୍ୟ ଦେଖାଇ ପାରିବେ ନାହିଁ।
ରାଜ କୁନ୍ଦ୍ରା କିଛି ଦିନ ପୂର୍ବରୁ ପର୍ନ ଫିଲ୍ମ ନିର୍ମାଣ ମାମଲାରେ ଜାମିନରେ ଆସିଛନ୍ତି। ଅଶ୍ଳୀଳ ଭିଡିଓ ତିଆରି କରିବା ଏବଂ ଆପ ମାଧ୍ୟମରେ ବିତରଣ କରିବା ପାଇଁ ତାଙ୍କୁ ଜୁଲାଇରେ ଗିରଫ କରାଯାଇଥିଲା। ତେବେ ସେପ୍ଟେମ୍ବରରେ ରାଜ ଜାମିନ ପାଇଥିଲେ। ଜେଲରୁ ବାହାରିବା ପରେ ସେ ତାଙ୍କ ଇନଷ୍ଟାଗ୍ରାମ ଏବଂ ଟୁଇଟର୍‌ ଆକାଉଣ୍ଟ ଡିଲିଟ କରିଥିଲେ।

Share