ବଡ଼ ପଦକ୍ଷେପ ନେଲେ ଶିଳ୍ପାଙ୍କ ସ୍ବାମୀ

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପର୍ନଗ୍ରାଫୀ ମାମଲାରେ ଜେଲରୁ ବାହାରିବା ପରେ ଏକ ବଡ ପଦକ୍ଷେପ ନେଇଛନ୍ତି। ସେ ସୋସିଆଲ ମିଡିଆକୁ ବିଦାୟ ନେଇଛନ୍ତି। ରାଜ ତାଙ୍କ ଇନଷ୍ଟାଗ୍ରାମ ଏବଂ ଟୁଇଟର ଆକାଉଣ୍ଟକୁ ଡିଲିଟ କରିଛନ୍ତି। ତାଙ୍କ ଆକାଉଣ୍ଟ ଆଉ ଇନଷ୍ଟାଗ୍ରାମ ଏବଂ ଟୁଇଟରରେ ଦୃଶ୍ୟମାନ ହେଉନାହିଁ। ବୋଧହୁଏ ସେ ଲୋକମାନଙ୍କଠାରୁ ନିଜକୁ ଦୂରେଇ ରଖିବା ପାଇଁ ଏହା କରିଛନ୍ତି।
ରାଜ କୁନ୍ଦ୍ରା ସୋସିଆଲ ମିଡିଆରେ ବହୁତ ସକ୍ରିୟ ଥିଲେ। ରାଜ ପ୍ରାୟତଃ ଶିଳ୍ପା ସେଟ୍ଟୀଙ୍କ ସହ ଭିଡିଓ ଏବଂ ଫଟୋ ଶେୟାର କରିଥିଲେ। ପ୍ରଶଂସକମାନେ ତାଙ୍କ ପୋଷ୍ଟକୁ ମଧ୍ୟ ପସନ୍ଦ କରୁତତ୍ଲେ। କିନ୍ତୁ ଏବେ ସେ ତାଙ୍କ ଆକାଉଣ୍ଟ ଡିଲିଟ କରିଛନ୍ତି।
ଚଳିତ ବର୍ଷ ଜୁଲାଇରେ ପର୍ନଗ୍ରାଫୀ ମାମଲାରେ ଗିରଫ ହୋଇଥିବା ରାଜ କୁନ୍ଦ୍ରାଙ୍କୁ ପ୍ରାୟ ଦୁଇମାସ ଜେଲରେ ରହିବାକୁ ପଡିଥିଲା। ତେବେ ଜାମିନ ପାଇ ଜେଲରୁ ବାହାରିବା ପରେ ସେ ଧୀରେ ଧୀରେ ସାଧାରଣ ଜୀବନକୁ ଫେରି ଆସୁଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ, ରାଜଙ୍କୁ କୌଣସି ପ୍ରକାର କାର୍ଯ୍ୟକ୍ରମ ଏବଂ ସଭାକୁ ଯିବା ଦେଖାଯାଇ ନାହିଁ। ର ନିକଟରେ ଶିଳ୍ପା ତାଙ୍କ ପୁଅ ଭିଆନ ଏବଂ ଝିଅ ଶାମିଶାଙ୍କ ସହ ଆଲିବାଗରେ ନଜର ଆସିଥିଲେ କିନ୍ତୁ ରାଜଙ୍କୁ ସେଠାରେ ଦେଖିବାକୁ ମିଳି ନ ଥିଲା।

Share