ବିନା ମାସ୍କରେ ନଜର ଆସିଲେ ଶିଳ୍ପାଙ୍କ ସ୍ବାମୀ, ଟ୍ରୋଲ କଲେ ୟୁଜର

ମୁମ୍ବାଇ: ୨୦୨୧ରେ ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ତଥା ଜଣାଶୁଣା ବ୍ୟବସାୟୀ ରାଜ କୁନ୍ଦ୍ରା ଅଶ୍ଳୀଳତା ମାମଲାରେ ଅନେକ ଅଭିଯୋଗର ସମ୍ମୁଖୀନ ହୋଇଥିଲେ। ଯାହା ପରେ ସେ କିଛି ମାସ ଜେଲରେ ରହିବା ପରେ ଆସିଥିଲେ।  ପରେ ସେ  ଜେଲରୁ ବାହାରିଥିଲେ କିନ୍ତୁ ତାଙ୍କର ସମସ୍ୟା ପିଛା ଛାଡ଼ି ନ ଥିଲା। ସେ ସମ୍ପୂର୍ଣ୍ଣ ନିର୍ଦ୍ଦୋଷରେ ଖଲାସ ହୋଇ ନ ଥିଲେ।

ଜେଲରୁ ବାହାରିବା ପରେ, ଯେଉଁଠାରେ ରାଜଙ୍କୁ ଦେଖାଯାଉଥିଲା, ସେ ମୁହଁରେ ମାସ୍କ ପିନ୍ଧି ବାହାରକୁ ଆସୁଥିଲେ। ଅନେକ ସ୍ଥାନରେ ସେ ମୁହଁ ଲୁଚାଇଥିବାର ନଜର ଆସିଥିଲେ। ତାଙ୍କ ମୁହଁରେ ସବୁବେଳେ ଏକ ମାସ୍କ ରହୁଥିଲା। କିନ୍ତୁ ଆଜି ପ୍ରଥମ ଥର ପାଇଁ ତାଙ୍କୁ ବିନା ମାସ୍କରେ ଦେଖିବାକୁ ମିଳିଛି। ଜେଲରେ କିଛିଦିନ ରହିବା ପରେ କୋର୍ଟ ଏହି ମାମଲାରେ ନିଜର ରାୟ ଦେବାବେଳେ ଆଡଲ୍ଟ ଫିଲ୍ମ ମାମଲାରେ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ।

ନିକଟରେ ସେଲିବ୍ରିଟି ଫଟୋଗ୍ରାଫର ଭାଇରାଲ ଭୟାନି ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ରାଜ୍‌ ତାଙ୍କ କାର୍‌ରୁ ଓହ୍ଲାଇଥିବାର ନଜର ଆସିଛନ୍ତି। କିନ୍ତୁ ଏହି ସମୟରେ ତାଙ୍କ ମୁହଁରେ ମାସ୍କ ନ ଥିଲା। ରାଜଙ୍କ ଏହି ଭିଡିଓରେ ଅଭିନେତ୍ରୀ ଶିଳ୍ପା ମଧ୍ୟ ନଜର ଆସିଛନ୍ତି। ଉଭୟ କଳା ପୋଷାକରେ ବହୁତ ସୁନ୍ଦର ଦେଖାଯାଉଛନ୍ତି। କିଛି ୟୁଜର ରାଜଙ୍କୁ ବିନା ମାସ୍କରେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିବା ବେଳେ ଆଉ କିଛି ୟୁଜର ତାଙ୍କୁ ଟ୍ରୋଲ୍‌ କରୁଛନ୍ତି।

ଜଣେ ୟୁଜର ଲେଖିଛନ୍ତି, ଆଡଲ୍ଟ ଫିଲ୍ମର ବାବା। ତାଙ୍କ ମୁହଁ ଲୁଚାଇବା ବନ୍ଦ କରି ଦେଇଛନ୍ତି। ସେହିପରି ଅନ୍ୟ ଜଣେ ୟୁଜର କହିଛନ୍ତି, କରୋନା ଚାଲିଗଲାଣି। ଅନ୍ୟ ଜଣେ ୟୁଜର କହିଛନ୍ତି, ବେଲ୍‌ ମିଳିଲା ତ ମାସ୍କ ହଟିଲା।

Share