ଜଳୁଛି ଶିମିଳିପାଳ

ବାରିପଦା ଅଫିସ, ୫।୩: ସବୁଜ ବନାନୀରେ ଆଚ୍ଛାଦିତ ପ୍ରକୃତି ସୁନ୍ଦରୀ ଶିମିଳିପାଳ ଏବେ ନିଆଁ କବଳରେ। କ୍ରମାଗତ ମାସେ ହେଲା ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ନିଅଁା ଲାଗୁଥିବା ଦେଖିବାକୁ ମିଳୁଛି। ଶନିବାର ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ ପକ୍ଷରୁ ମିଳିଥିବା ସାଟେଲାଇଟ ତଥ୍ୟ ଅନୁଯାୟୀ ରାଜ୍ୟର ୫୬୭ଟି ସ୍ଥାନରେ ନିଆଁ ଲାଗିଛି। ଏଥିମଧ୍ୟରେ ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ରେଞ୍ଜରେ ଥିବା ଶହେରୁ ଊର୍ଦ୍ଧ୍ୱ ସ୍ଥାନ ଜଳୁଥିବା ନଜରକୁ ଆସିଛି। ଅଭୟାରଣ୍ୟର କ୍ଷେତ୍ର ନିର୍ଦ୍ଦେଶକ ଟି. ଅଶୋକ କୁମାର, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଦୁଇ ଉପନିର୍ଦ୍ଦେଶକ ଓ ୩ ବନଖଣ୍ଡ ଅଧିକାରୀ ନିଆଁକୁ ଆୟତ୍ତ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ସେମାନଙ୍କୁ ବନବିଭାଗ କର୍ମଚାରୀ, ଦମକଳ ବାହିନୀ, ବନସୁରକ୍ଷା ସମିତି ଓ ଅଞ୍ଚଳବାସୀ ସହଯୋଗ କରୁଛନ୍ତି।
ସୂଚନା ଅନୁଯାୟୀ, ଶିମିଳିପାଳ ଜୈବମଣ୍ଡଳ ଅଧୀନରେ ଥିବା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉତ୍ତର-ଦକ୍ଷିଣ ଡିଭିଜନ, ବାରିପଦା, ରାଇରଙ୍ଗପୁର ଓ କରଞ୍ଜିଆ ଡିଭିଜନରେ ନିଆଁ ବ୍ୟାପିବାରେ ଲାଗିଛି। ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳକୁ ନିଆଁ ପ୍ରବେଶ କରିସାରିଛି। ଏଥିସହ ମୟୂରଭଞ୍ଜ ଜିଲାର ଚାରିପଟେ ଥିବା ଜଙ୍ଗଲରେ ମଧ୍ୟ ବନାଗ୍ନି ବୃଦ୍ଧି ପାଇବାରେ ଲାଗିଛି। ଫଳରେ ତାପମାତ୍ରା ବୃଦ୍ଧି ହେଉଥିବା ବେଳେ ନିଆଁ ଅଣାୟତ୍ତ ହୋଇପଡ଼ିଛି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ମଧ୍ୟରେ ଥିବା ମଣଦା, ଜାମୁଆଣି, ତମାଳବନ୍ଧ, ବୋକୁଆ, ଭାଟୁଣିଆ, ଆଶାଦଳା, ତାଳବନ୍ଧ, ବାଙ୍କିଡିହୀ, ନଟ, ବାଲିଡିହା, ଭାଟୁଣିଆ, ଡେଙ୍ଗାମ, ତାଳଡିହା, କାନଛିଣ୍ଡା, କୁସୁମବନ୍ଧ, ଭଣ୍ଡଗାଁ, ବାଉଁଶତାଳ, ଚମ୍ପାଗଡ଼, ତମାଳବନ୍ଧ, ପୋଡ଼ାଡ଼ହା, ବିଦୁଭଣ୍ଡାର, କାଳିଆଣି, ସାତକୋଶିଆ, ଚମ୍ପାଝର, କେଶଡିହା, ଶିରସା, କୁସୁମବନ୍ଧ, ମଞ୍ଚାବନ୍ଧା, ଦୁର୍ଗାପୁର, ଭାଲୁକଚୁଆ, ରାସଗୋବିନ୍ଦପୁର, ଅର୍ମଦା, ବାଦାମ ତଳିଆ, ଗୋରୁମହିଷାଣି, ଗେରଗେଡ଼ି, ତିରିଂ, ଝରାଡିହି ବାଦାମପାହାଡ଼, ବରେହିପାଣି ଆଦି ୧୦୦ରୁ ଊର୍ଦ୍ଧ୍ୱ ସ୍ଥାନରେ ନିଆଁ ଲାଗିଥିବା ଜଣାଯାଇଛି। ମାତ୍ର ଦୀର୍ଘଦିନ ଧରି ବର୍ଷା ହୋଇ ନ ଥିବାରୁ ଜଙ୍ଗଲର ଶୁଖିଲା କାଠପତ୍ର ହୁ ହୁ ହୋଇ ଜଳୁଛି। ଗୋଟିଏ ପାହାଡ଼ରୁ ଅନ୍ୟ ଏକ ପାହାଡ଼କୁ ବ୍ୟାପିବାରେ ଲାଗିଛି। ବନ୍ୟପ୍ରାଣୀମାନେ ପ୍ରାଣ ବିକଳରେ ଜନବସତିମୁହଁା ହେଉଛନ୍ତି। ଅନେକ ବନ୍ୟଜାତ ଦ୍ରବ୍ୟ ପୋଡ଼ି ପାଉଁଶ ହୋଇଯାଉଛି। ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିବା ପାଇଁ କେବଳ ବର୍ଷା ହିଁ ଏକମାତ୍ର ଭରସା ବୋଲି କୁହାଯାଉଛି। ଶିମିଳିପାଳକୁ ବନାଗ୍ନିରୁ ସୁରକ୍ଷା ଯୋଗାଇ ଦିଆ ନ ଗଲେ ଜୀବଜଗତ ତିଷ୍ଠିବା କଷ୍ଟକର ହୋଇପଡ଼ିବ। ଏହାକୁ ରକ୍ଷା କରିବା ପାଇଁ ବିଭିନ୍ନ ସଙ୍ଗଠନ, ଅନୁଷ୍ଠାନ ଓ ସ୍ବେଚ୍ଛାସେବୀ ସଙ୍ଗଠନ ସହଯୋଗର ହାତ ବଢ଼ାଇବାକୁ ପଡ଼ିବ ବୋଲି ପରିବେଶବିତ୍‌ମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ଫୁଲମାଳରେ ବାଛିଲେ ଜୀବନସାଥୀ

ବରଗଡ଼,୧୨।୪(ପ୍ରେମାନନ୍ଦ ଖମାରୀ)- ବିବାହରେ ନ ଥିଲା ଯାନିଯୌତୁକ। କେବଳ ୨ଟି ଫୁଲମାଳରେ ବାଛିଥିଲେ ଜୀବନସାଥୀ। ଏଭଳି ଏକ ଆଦର୍ଶ ଗଣବିବାହ ଶନିବାର ବରଗଡ ସ୍ଥିତ ବିଜୁ...

ମିଳୁନି ପିଇବା ପାଣି

ଗଞ୍ଜାମ,୧୨ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ନୀଳାଦ୍ରିପୁର ଗ୍ରାମରେ ଦୀର୍ଘ ପନ୍ଦର ଦିନରୁ ଊର୍ଦ୍ଧ୍ୱ ହେବ ପିଇବା ପାଣି ସମସ୍ୟା ଦେଖାଦେଇଛି। ଏନେଇ...

ଭଉଣୀ ନେହା କକ୍କର, ଭାଇ ଟୋନିଙ୍କଠାରୁ ସମ୍ପର୍କ କାଟିଲେ ଭଉଣୀ ସୋନୁ! ପୋଷ୍ଟ ଶେୟାର କରି କହିଲେ…

ମୁମ୍ବାଇ: ଗାୟିକା ସୋନୁ କକ୍କର ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଗାୟିକା, ସେ ଅନେକ ବଡ଼ ବଡ଼ ମୁଭିରେ ନିଜ କଣ୍ଠସ୍ବରର ଯାଦୁ ଦେଖାଇଛନ୍ତି। ଏବେ...

ଓଡ଼ିଆ ପକ୍ଷ ପାଳନରେ ବରପୁତ୍ରଙ୍କ ଜୀବନୀକୁ ଅନୁସରଣ କରିବାକୁ ଆହ୍ବାନ

ବରଗଡ଼,୧୨।୪(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ଜନ୍ମ ନେଇ ଓଡ଼ିଆ ଭାଷା ସାହିତ୍ୟକୁ ନୂଆ ଦିଗ ଦେଖାଇଥିବା କିମ୍ବା ସତନ୍ତ୍ର ଓଡ଼ିଶା ଗଠନର ନେତୃତ୍ୱ ନେଇଥିବା ବ୍ୟକ୍ତିବିଶେଷ ତଥା...

ଟ୍ରମ୍ପଙ୍କ ବଡ଼ ଘୋଷଣା: ଟାରିଫ ଓ୍ବାରରୁ ବାଦ ପଡ଼ିଲା ସ୍ମାର୍ଟଫୋନ, କମ୍ପ୍ୟୁଟର, ଇଲେକ୍ଟ୍ରୋନିକ ଆଇଟମ

ଓ୍ବାଶିଂଟନ,୧୨।୪: ଟାରିଫ ଓ୍ବାର ମାଧ୍ୟମରେ ବିଶ୍ୱରେ ଅସ୍ଥିରତା ସୃଷ୍ଟି କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ସ୍ମାର୍ଟଫୋନ, କମ୍ପ୍ୟୁଟର ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ ସାମଗ୍ରୀକୁ...

ଅକାଳୀ ଦଳର ଅଧ୍ୟକ୍ଷ ଭାବେ ପୁଣି ସୁଖବୀର ନିର୍ବାଚିତ

ଚଣ୍ଡିଗଡ଼,୧୨।୪: ସୁଖବୀର ସିଂ ବାଦଲ ଶିରୋମଣି ଅକାଳୀ ଦଳ (ଏସ୍‌ଏଡି)ର ଅଧ୍ୟକ୍ଷ ଭାବେ ଶନିବାର ନିର୍ଦ୍ୱନ୍ଦ୍ୱରେ ପୁନଃ ନିର୍ବାଚିତ ହୋଇଛନ୍ତି। ଧର୍ମୀୟ ଅସଦାଚରଣ ପାଇଁ ସେ...

ପାରିବାରିକ ବିବାଦରୁ ଗଣ୍ଡଗୋଳ: ଗୋଟିଏ ପରିବାରର ୩ ଆହତ

ଭଞ୍ଜନଗର,୧୨।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଧୀନ ତୁରୁମୁରେ ଦୁଇ ପରିବାର ମଧ୍ୟରେ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିଲା। ଏଥିରେ ଗୋଟିଏ ପରିବାରର...

ବାରମ୍ବାର ମିଛ କହୁଛନ୍ତି ତହଉର ରାଣା, ଏବେ NIA ନେବ ଏହି ଆକ୍ସନ

ନୂଆଦିଲ୍ଲୀ,୧୨।୪: ଜାତୀୟ ତଦନ୍ତ ସଂସ୍ଥା (NIA) ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ତହଉର ରାଣାଙ୍କୁ ନିରନ୍ତର ପଚରାଉଚରା କରୁଛି। ଫୋନରେ କଥା ହେଉଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image