ବାରିପଦା,୨୨।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଲଗାଣ ବର୍ଷା ଯୋଗୁ ରବିବାର ଶିମିଳିପାଳ ଅଭୟାରଣ୍ୟକୁ ପର୍ଯ୍ୟଟକଙ୍କ ନିମନ୍ତେ ବନ୍ଦ କରାଯାଇଛି। ଶିମିଳିପାଳର ପିଠାବଟା ଓ କାଳିକାପ୍ରସାଦ ଦୁଇଟି ଗେଟ୍ ବନ୍ଦ ରହିବ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉତ୍ତର ଡିଭିଜନର ଉପନିର୍ଦ୍ଦେଶକ ସାଇ କିରଣ ସୂଚନା ଦେଇଛନ୍ତି। ବର୍ଷା ଯୋଗୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପାଇଁ ଦିନକ ପାଇଁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ କରାଯାଇଛି। ଶିମିଳିପାଳ ମଧ୍ୟରେ ପାହାଡ଼ିଆ ମାଟି ରାସ୍ତାରେ ଅଘଟଣକୁ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ରବିବାର ଅଭୟାରଣ୍ୟ ମଧ୍ୟକୁ କୋଣସି ଗାଡ଼ି ପ୍ରବେଶ କିମ୍ବା ପ୍ରସ୍ଥାନ କରିବ ନାହିଁ। ପରବର୍ତ୍ତୀ ସ୍ଥିତିକୁ ଦେଖି ଆଗାମୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।