ପ୍ରକୃତି ଉପାସକଙ୍କ ପାଇଁ ସ୍ବର୍ଗୀୟ ଅନୁଭବ ଦିଏ ଶିମିଳିପାଳ ଅଭୟାରଣ୍ୟ, ଏଠାରେ ଦେଖିବା ପାଇଁ ରହିଛି…

ପ୍ରକୃତି ଉପାସକଙ୍କ ପାଇଁ ସ୍ବର୍ଗୀୟ ଅନୁଭବ ହେଉଛି ଶିମିଳିପାଳ ଅଭୟାରଣ୍ୟ। ଭାରତରେ ସର୍ବବୃହତ୍‌ ଏବଂ ଏସିଆ ମହାଦେଶର ଦ୍ୱିତୀୟ ବୃହତ୍‌ ସଂରକ୍ଷିତ ବନକ୍ଷେତ୍ର ଭାବେ ଏହା ପରିଗଣିତ। ମୟୂରଭଞ୍ଜ ଜିଲାର ୫,୫୬୯ବର୍ଗ କି.ମି. ଶିମିଳିପାଳ ଜୈବମଣ୍ଡଳ ପାଇଁ ସଂରକ୍ଷିତ। ସେଥିମଧ୍ୟରୁ ୨,୨୭୧.୭୮ ବର୍ଗ କି.ମି. ହେଉଛି ସଂରକ୍ଷିତ ଅଭୟାରଣ୍ୟ। ଅଭୟାରଣ୍ୟରେ ସ୍ବତନ୍ତ୍ର ଜନଜାତି ସମେତ ୧୦୭୬ ପ୍ରଜାତିର ବୃକ୍ଷଲତା, ୧୦୨ ପ୍ରକାର ଅର୍କିଡ, ୬୦୪ ପ୍ରକାର ଔଷଧୀୟ ବୃକ୍ଷ ସହିତ କଳାବାଘ, ମହାବଳ, ହାତୀ, ବଣମଇଁଷି, ଶମ୍ବର, ଭାଲୁ, ଉଡ଼ନ୍ତା
ଗୁଣ୍ଡୁଚିମୂଷା, ମୟୂର ଓ କୁମ୍ଭୀର ପରି ୫୫ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୩୦୪ ପ୍ରଜାତିର ପକ୍ଷୀ, ୬୨ ପ୍ରକାର ସରୀସୃପ ଏବଂ ୨୦ପ୍ରକାର ଉଭୟଚର ପ୍ରାଣୀ ସହିତ ଅସଂଖ୍ୟପ୍ରଜାତିର କୀଟପତଙ୍ଗ ଦେଖିବାକୁ ମିଳେ। ଏଠାରେ ଯୋରନ୍ଦା, ବରେହିପାଣି, ଉସକି, ସୀତାକୁଣ୍ଡ, ଦେବକୁଣ୍ଡ, ଭୀମକୁଣ୍ଡ, ମାଛକାନ୍ଦଣା, ଟୁଙ୍କି ଓ ଚାଉଳିଭଜା ଭଳି ଅନେକ ଜଳପ୍ରପାତ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଏତଦ୍‌ଭିନ୍ନ ଲୁଲୁଙ୍ଗ, ଚହଲା, ବୃନ୍ଦାବନ, ନଅଣା, ସମୀବୃକ୍ଷ, ବ୍ରାହ୍ମଣକୁଣ୍ଡ ଓ ମଞ୍ଚାବନ୍ଧା ଇକୋଟୁରିଜମ କ୍ଷେତ୍ର ରହିଛି। ପର୍ଯ୍ୟଟକମାନେ ପ୍ରକୃତିର ମଜା ନେବା ସହ ବନ୍ୟଜନ୍ତୁଙ୍କୁ ଅତି ନିକଟରୁ ଦେଖିବାର ସୁଯୋଗ ପାଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ସୂଚନା; ବଦଳିବ ରିଲିଫ୍‌ର ନାଁ, ଏଣିକି କୁହାଯିବ…

ଭୁବନେଶ୍ୱର,୨୧ା୯: ରାଜସ୍ବ ମନ୍ତ୍ରୀ ସୁରେଜ ପୂଜାରୀ ଶନିବାର ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି ରିଲିଫ୍‌ କୋଡ୍‌ର ନାଁ ପରିବର୍ତ୍ତନ ହେବ। ଏଣିକି ଆଉ...

ପୁଣି ବିଜେଡିକୁ ଫେରିବାକୁ ଚାହୁଁଛନ୍ତି ପୂର୍ବତନ ବିଧାୟକ: ହାଇକମାଣ୍ଡଙ୍କୁ ଲେଖିଲେ ଚିଠି

ଘସିପୁରା,୨୧।୯(ନିରଞ୍ଜନ ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଭାଗୀରଥି ସେଠୀ ପୁଣି ବିଜେଡିକୁ ଫେରିବେ। ୨୦୨୪ ସାଧାରଣ ନିର୍ବାଚନରେ ଟିକେଟ ମିଳି ନ ଥିବାରୁ...

ଗଛରେ ଝୁଲୁଛି ୨ ମୃତଦେହ

ସାଲେପୁର,୨୧ା୯(ଅରବିନ୍ଦ ଭୂୟାଁ): କଟକ ଜିଲା ସାଲେପୁର ବ୍ଲକ ଅନ୍ତର୍ଗତ ବାହାବଳପୁର ଗ୍ରାମରେ ଥିବା ଚାକୁଣ୍ତା ବଣରେ ଶନିବାର ସକାଳୁ ଏକ ଗଛରେ ବେକରେ ଗାମୁଛା ଓ...

ଟ୍ରେଲର ପଛରେ ପିଟିହେଲା ବସ୍‌, ୧୦ ଆହତ

କଟକ,୨୧ା୯: କଟକର ଏନ୍‌ଏଚ୍‌ ୧୬ ଭାଣପୁର ନିକଟରେ ଶନିବାର ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ଭାରସାମ୍ୟ ହରାଇ ଏକ ଟ୍ରେଲର ପଛରେ ପିଟି ହୋଇଯିବାରୁ...

୮ ବର୍ଷ ପରେ ଆଜି ଆରପିଡିଏସି ବୈଠକ

ଯାଜପୁର,୨୧ା୯(ହର୍ଷବର୍ଦ୍ଧନ ବେହେରା): ବିସ୍ଥାପିତ ଓ ଜମିହରାଙ୍କ ସମସ୍ୟାର ପ୍ରତିକାର ଏବଂ ପ୍ରଭାବିତ ଅଞ୍ଚଳର ଉନ୍ନୟନ ପାଇଁ ପୁନର୍ବାସ ଓ ପାରିପାର୍ଶ୍ୱିକ ଉନ୍ନୟନ ଉପଦେଷ୍ଟା କମିଟି (ଆର୍‌ପିଡିଏସି)...

ମୋ ସ୍କୁଟି ଋଣରେ ଲାଞ୍ଚ, ଡିଆର୍‌ସିଏସ୍‌ଙ୍କୁ ତଦନ୍ତ ନିର୍ଦ୍ଦେଶ

ଯାଜପୁର,୨୧ା୯(ହର୍ଷବର୍ଦ୍ଧନ ବେହେରା): କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନ ବିଞ୍ଝାରପୁର ବ୍ରାଞ୍ଚରେ ସ୍କୁଟି ଋଣରେ ଦୁର୍ନୀତି ଓ ବେଆଇନ କାର୍ଯ୍ୟ ଚାଲିଥିବା ଅଭିଯୋଗ ସଂକ୍ରାନ୍ତରେ ରାଜ୍ୟ...

ବିଶ୍ୱ ଐତିହ୍ୟ ତାଲିକାରୁ ବାଦ୍‌ ସମ୍ପର୍କରେ ସମୀକ୍ଷା ନାହିଁ

କେନ୍ଦ୍ରାପଡ଼ା,୨୧ା୯ (ଜଗନ୍ନାଥ ଧଳ): ପ୍ରକୃତିର ବିସ୍ମୟ ଭିତରକନିକା। ଏହାର ଜୈବ ବିବିଧତା, ସାମୁଦ୍ରିକ ଓ ବନ୍ୟ ସମ୍ପଦ, ଦେଶୀ ବିଦେଶୀ ପକ୍ଷୀ ସମ୍ପର୍କରେ ଦେଶ ବିଦେଶରେ...

ଚିନ୍ତା ବଢ଼ାଇଲା ନକଲି କନ୍ଧମାଳ ହଳଦୀ ବିକ୍ରି: ବିଭାଗ ନୀରବ

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ): ଚାଲିଛି ପର୍ଯ୍ୟଟନ ଋତୁ। ବର୍ଷା ଓ ଶୀତ ଋତୁର ମଧ୍ୟବର୍ତ୍ତୀ ସମୟରେ ଦାରିଙ୍ଗବାଡିକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ଆଉ କିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri