Categories: ଜାତୀୟ

ହିମାଚଳରେ ବର୍ଷା ବିତ୍ପାତ: ମାଟିରେ ମିଶିଯିବ ଶିମଲା,କୁଲୁ, ସୋଲନ ସହର!

ଶିମଲା,୧୬।୮: ହିମାଚଳ ପ୍ରଦେଶରେ ଭୀଷଣ ବର୍ଷା ଏକ ବଡ ବିପଦକୁ ଡାକି ଆଣିଛି। ଲ୍ୟାଣ୍ଡ ସ୍ଲାଇଡ୍‌ ହୋଇ ରାଜ୍ୟରେ ପର୍ବତ ଉପରେ ଅବସ୍ଥିତ ବଡ ସହରଗୁଡିକ ମାଟି ତଳକୁ ଧଷି ଯାଉଛନ୍ତି। ଦିନକୁ ଦିନ ଭୀଷଣ ବର୍ଷାରେ ମାଟିର ଆର୍ଦ୍ରତା ବଢିବାରେ ଲାଗିଛି। ପାଣିପାଗ ବିଭାଗ ଅନୁଯାୟୀ, ଲଗାଣ ବର୍ଷା ହେତୁ ମାଟିର ଆର୍ଦ୍ରତା ବହୁତ ମାତ୍ରାରେ ବଢିଯାଇଛି। ଏହି କାରଣରୁ, ଭୂସ୍ଖଳନ, ମଡ ସ୍ଲାଇଡ ସହିତ ବଡ଼ ବଡ ଗଛ ସମତେ ଜଙ୍ଗଲ ତଳର ମାଟି ତଳକୁ ଧଷି ଯାଉଛି।

ଜୁଲାଇ ୪ରୁ ହେଉଥିବା ପ୍ରବଳ ବର୍ଷା ପ୍ରଭାବରେ ଆସନ୍ତା କିଛି ମାସ ମଧ୍ୟରେ ପର୍ବତ ଉପରେ ଅବସ୍ଥିତ ସହରଗୁଡିକରେ ଲ୍ୟାଣ୍ଡ ସ୍ଲାଇଡିଂ ହେବାର ଆଶଙ୍କା କରାଯାଉଛି। ଏହି ସହରଗୁଡ଼ିକରେ ହିମାଚଳ ପ୍ରଦେଶର ରାଜଧାନୀ ସମେତ ଅନେକ ବଡ଼ ଜିଲା ମଧ୍ୟ ଅନ୍ତର୍ଭୁକ୍ତ। ହିମାଚଳ ପ୍ରଦେଶର ପାଣିପାଗ ବିଭାଗ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସିଗୁଡ଼ିକୁ ପର୍ବତଗୁଡିକର ଆର୍ଦ୍ରତା ପରିମାଣ ଆକଳନ କରୁଛନ୍ତି।

ପର୍ବତ ଉପରେ ଅବସ୍ଥିତ ଜଙ୍ଗଲର ଗଛଗୁଡ଼ିକ ସେମାନଙ୍କ ଅସ୍ତିତ୍ୱ ଭୁଲି ଲ୍ୟାଣ୍ଡ ସ୍ଲାଇଡ୍‌ ସମୟରେ ପାହାଡ ଉଫରୁ ଖସି ଯାଉଛନ୍ତି। ଏଥିରୁ ଏହା ମଧ୍ୟ ଅନୁମାନ କରାଯାଉଛି ଯେ, ଏହି ଜଙ୍ଗଲ ଏବଂ ଗଛଗୁଡ଼ିକ ବର୍ଷା ଜଳ ସଂରକ୍ଷଣ କରିବାରେ ସକ୍ଷମ ନୁହଁନ୍ତି। ତେଣୁ, ପର୍ବତ ଉପରେ ଅବସ୍ଥିତ ସହର ଏବଂ ଜନସଂଖ୍ୟା ପାଇଁ ଏହା ଏକ ଚିନ୍ତାର ବିଷୟ ପାଲଟିଛି।

ଲଗାତାର ବର୍ଷା ହେତୁ ପାଣିପାଗ ବିଭାଗ ହିମାଚଳ ପ୍ରଦେଶର ବହୁ ଜନବହୁଳ ସହରକୁ ଆଲର୍ଟ କରିଛି। ନିର୍ଦ୍ଦେଶକ ସୁରେନ୍ଦ୍ର ପାଲ କହିଛନ୍ତି, ଲଗାତାର ବର୍ଷା ହେତୁ ଭୂସ୍ଖଳନ ଓ ମଡ ସ୍ଲାଇଡିଂ ଆଶଙ୍କା ଥିବା ସହରଗୁଡ଼ିକରେ ଶିମଲା, ସୋଲନ, ମାଣ୍ଡି, କୁଲୁ, ବିଲାସପୁର ଏବଂ ସେରମୋର ଅନେକ ପ୍ରମୁଖ ଜିଲ୍ଲା ଅନ୍ତର୍ଭୁକ୍ତ।

Share