Categories: ଜାତୀୟ

ଚଣ୍ଡିଗଡ ବିଶ୍ୱବିଦ୍ୟାଳୟ ଭିଡିଓ ଲିକ୍‌ ଘଟଣା: ଅଭିଯୁକ୍ତ ଛାତ୍ରୀଙ୍କ ପ୍ରେମିକ ଗିରଫ

ଚଣ୍ଡିଗଡ,୧୮।୯: ମୋହାଲିର ଚଣ୍ଡିଗଡ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଛାତ୍ରୀମାନେ ଗାଧୋଇବାର ଭିଡିଓ ଲିକ ଘଟଣାରେ ଅଭିଯୁକ୍ତ ଛାତ୍ରୀଙ୍କ ପ୍ରେମିକଙ୍କୁ ଶିମ୍‌ଲାରୁ ଗିରଫ କରାଯାଇଛି। ପୋଲିସ ପ୍ରେମିକଙ୍କୁ ପଚରାଉଚରା କରୁଛି। ତାଙ୍କ ମାଧ୍ୟମରେ ଅନେକ ଖୁଲାସା ହେବ ବୋଲି କୁହାଯାଉଛି। ଅଭିଯୁକ୍ତ ଛାତ୍ରୀଙ୍କ ପରେ ଏହା ହେଉଛି ଦ୍ୱିତୀୟ ଗିରଫ।
ଏହି ହଙ୍ଗାମାକୁ ରବିବାର ସ୍ପଷ୍ଟୀକରଣ ରଖିଛନ୍ତି କର୍ତ୍ତୃପକ୍ଷ। ଏନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି। ହଷ୍ଟେଲରେ କୌଣସି ଆପତ୍ତିଜନକ ଭିଡିଓ ତିଆରି କରାଯାଇ ନାହିଁ। କେବଳ ଜଣେ ଯୁବତୀ ତାଙ୍କର ବ୍ୟକ୍ତିଗତ ଭିଡିଓ ତିଆରି କରି ତାଙ୍କ ପୁରୁଷ ବନ୍ଧୁଙ୍କ ନିକଟକୁ ପଠାଇଛନ୍ତି। ସମ୍ପୃକ୍ତ ଯୁବତୀଙ୍କୁ ଗିରଫ କରାଯାଇଛି। ତାଙ୍କ ମୋବାଇଲ ଫୋନ ଜବତ କରି ପୋଲିସକୁ ହସ୍ତାନ୍ତର କରାଯାଇଛି। ପୋଲିସ ଏହାର ତଦନ୍ତ କରୁଛି ବୋଲି ବିବୃତ୍ତିରେ କୁହାଯାଇଛି।
ସୂଚନା ଅନୁଯାୟୀ, ମୋହାଲି ବିଶ୍ୱବିଦ୍ୟାଳୟର ଗାର୍ଲସ ହଷ୍ଟେଲର ୬୦ ଜଣ ଛାତ୍ରୀଙ୍କ ଏମଏମଏସ ଭିଡିଓ ଭାଇରାଲ ହୋଇ ଥିବା ଅଭିଯୋଗ ହୋଇଥିଲା। ବହୁ ଶିକ୍ଷାର୍ଥୀ ଶନିବାର କ୍ୟାମ୍ପସ୍କୁ ଆସି ପ୍ରତିବାଦ ପ୍ରଦର୍ଶନ କରିଥିଲେ।

Share