୨ ଦିନ ପାଇଁ ଶିମିଳିପାଳ ବନ୍ଦ

ବାରିପଦା,୨୨ା୩: ୨ ଦିନ ପାଇଁ ଶିମିଳିପାଳ ବନ୍ଦ ରହିବ। ଶନିବାର ଓ ରବିବାର ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। କାଳବୈଶାଖୀକୁ ଦୃଷ୍ଟିରେ ରଖି ୨ ଦିନ ପାଇଁ ବନ୍ଦ ନିଷ୍ପତ୍ତି ନିଆଯାଇଛି। ଏନେଇ ଡ. ପ୍ରକାଶ ଚାନ୍ଦ ଗୋଗିନେନୀ ସୂଚନା ଦେଇଛନ୍ତି ।

ଶିମିଳିପାଳ ଅୟାରଣ୍ୟରେ ବର୍ଷା ଯୋଗୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଦୁଇ ଦିନ ପାଇଁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ କରାଯାଇଛି। ଶିମିଳିପାଳ ମଧ୍ୟରେ ପାହାଡିଆ ମାଟି ରାସ୍ତାରେ ଅଘଟଣକୁ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଉକ୍ତ ଦିନରେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟକୁ କୋଣସି ଗାଡି ପ୍ରବେଶ କିମ୍ବା ପ୍ରସ୍ଥାନ କରିବ ନାହିଁ ବୋଲି ଉଲ୍ଲେଖ କରାଯାଇଛି। ଶିମିଳିପାଳରେ ପରର ସ୍ଥିତିକୁ ଦେଖି ଆଗାମୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ରାଜ୍ୟରେ କିଛିଦିନ ପ୍ରବଳ ଖରା ଓ ଗୁଳୁଗୁଳି ଅନୁଭୂତ ହେବା ପରେ ଏବେ ପାଗ ବଦଳୁଛି। ରାଜ୍ୟରେ ତାପମାତ୍ରା ହ୍ରାସ ପାଉଥିବାବେଳେ କାଳବୈଶାଖୀ ତାଣ୍ଡବ ରଚୁଛି। ଶୁକ୍ରବାର ଉତ୍ତର ଓଡ଼ିଶାରେ କାଳବୈଶାଖୀ ବ୍ୟାପକ କ୍ଷୟକ୍ଷତି ଘଟାଇଥିବାବେଳେ ଶନିବାର ପାଇଁ ୨୭ ଜିଲାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି। ଉତ୍ତର ପଶ୍ଚିମ ଓଡ଼ିଶାର ୯ ଜିଲାରେ ଘଡ଼ଘଡ଼ି ବିଜୁଳି ସହ କୁଆପଥର ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ଏହାସହ ପବନର ବେଗ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ରହିବ। ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ହେବା ସହ ସାରା ରାଜ୍ୟରେ କାଳବୈଶାଖୀ ପ୍ରଭାବ ପଡ଼ିବ। ଏଥିପାଇଁ କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ, ଅନୁଗୋଳ, କନ୍ଧମାଳ, ବୌଦ୍ଧ, ସୋନପୁର, ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା ଓ ନବରଙ୍ଗପୁର ସମେତ ୧୮ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଥିବାବେଳେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ୧୨ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ ଦିଆଯାଇଛି। ତେବେ ଆସନ୍ତା ୨୪ ତାରିଖ ଯାଏ ଏଭଳି ପାଗ ରହିବ। ଏହାପରେ ପାଗ ପୁଣି ବଦଳିପାରେ ବୋଲି ପୂର୍ବାନୁମାନ କରାଯାଇଛି। କାଳବୈଶାଖୀକୁ ଦୃଷ୍ଟିରେ ରଖି ୨ ଦିନ ପାଇଁ ଶିମିଳିପାଳ ବନ୍ଦ ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନ୍ଦରଗଡ଼ରେ ଚାଞ୍ଚଲ୍ୟ: ଟାଙ୍ଗିଆରେ ହାଣି ୨ ମହିଳାଙ୍କୁ ହତ୍ୟା

ହେମଗିର,୨୨।୩(ଚୈତନ୍ୟ ପଟେଲ): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ତୁମୁଲିଆରେ ଶନିବାର ସନ୍ଧ୍ୟାରେ ୨ ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ସେମାନେ ହେଲେ ବିଳାସିନୀ...

ଇଫ୍‌ତାର ପାର୍ଟିରେ ଯୋଗଦେଲେ ବିଧାୟକ

ଭଞ୍ଜନଗର,୨୨।୩(ବାବୁଲା ପ୍ରଧାନ): ଚାଲିଛି ପବିତ୍ର ରମ୍‌ଜାନ ମାସ। ଏହି ପରିପ୍ରେକ୍ଷୀରେ ଭଞ୍ଜନଗର ମୁସଲମାନ ଭାଇମାନଙ୍କ ପକ୍ଷରୁ ଶନିବାର ରାତିରେ ସୁଲତାନିଆ ମସ୍‌ଜିଦଠାରେ ଇଫ୍‌ତାର ପାର୍ଟି ଆୟୋଜନ...

କାଳବୈଶାଖୀ: ଗଛପଡ଼ି ଗର୍ଭବତୀଙ୍କ ଚାଲିଗଲା ଜୀବନ

ଭବାନୀପାଟଣା,୭ା୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ ଶନିବାର ଅପରାହ୍ନରେ କାଳବୈଶାଖୀ ବର୍ଷା ସହ ପବନ ହୋଇଥିଲା। ପବନ ଯୋଗୁ ଅନେକ ସ୍ଥାନରେ ବଡ...

ପୋଲସିକୁ ମାଡ଼ମରା ଘଟଣା: ଆକ୍ସସନର ରିଆକ୍ସନ ଦେଖାଇଲା ପୋଲିସ

ମୋହନା,୨୨ା୩ (ମନ୍ମଥ ମିଶ୍ର): ଗୁରୁବାର ବିଳମ୍ବିତ ରାତିରେ ଗାଁରେ ପଶି ଗଞ୍ଜେଇ ରେଡ କଲା ବେଳେ ମାଡ଼ ଖାଇଥିଲେ ପୋଲିସ। ପୋଲିସ ଗାଡ଼ିକୁ ବି ଭାଙ୍ଗି...

ବର୍ଷା ପାଣିରେ ଉବୁଟୁବୁ ମାର୍କେଟ

ଜି.ଉଦୟଗିରି,୨୨ା୩ (ଶିଶିର ପଟ୍ଟନାୟକ): ଜି.ଉଦୟଗିରି ସହରରେ ଅଦିନିଆ ବର୍ଷା ଯୋଗୁ ରାସ୍ତା ଘାଟ ଅବସ୍ଥା ବେହାଲ ହୋଇଥିବା ବେଳେ ଭଞ୍ଜ ମାର୍କେଟ କମ୍ପ୍ଲେକ୍ସ ବର୍ଷା ପାଣିରେ...

ଜଙ୍ଗଲରୁ ମଣିଷ କଙ୍କାଳ ଠାବ: ହତ୍ୟା ପରେ ପୋଡି ଦିଆଯାଇଥିବା ସନ୍ଦେହ

ସୋରଡ଼ା,୨୨ା୩ (ରଜନୀ ମହାପାତ୍ର ): ଗଞ୍ଜାମ ଜିଲା ସୋରଡ଼ା ଗାଜଲବାଡ଼ି ଜଙ୍ଗଲରୁ ଶନିବାର ମଣିଷ କଙ୍କାଳ ଓ ହାଡ଼ ଠାବ ହୋଇଛି। ହତ୍ୟା ପରେ ମୃତଦେହ...

ଜାତୀୟ ରାଜପଥରେ ଓଲଟିଲା ବସ୍‌: ୮ ଆହତ

ଖୋର୍ଦ୍ଧା ,୨୨।୩: ଖୋର୍ଦ୍ଧା ଜିଲା ୧୬ ନମ୍ବର ଜାତୀୟ ରାଜପଥ ପାଇକକୁଶଡିହ ଛକଠାରେ ଶନିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ଘରୋଇ ବସ୍‌...

ନାବାଳିକା ବଳାତ୍କାର ମାମଲା ପ୍ରମାଣ ଅଭାବରୁ ଅଭିଯୁକ୍ତ ନିର୍ଦ୍ଦୋଷ

ବ୍ରହ୍ମପୁର, ୨୨ା୩(ସୁବାସ ଚନ୍ଦ୍ର ପାଢ଼ୀ): ସ୍ବତନ୍ତ୍ର ପୋକସ ଅଦାଲତ ବିଚାରପତି ପ୍ରଣତି ପଟ୍ଟନାୟକ ଶନିବାର ଏକ ବଳାତ୍କାର ମାମଲାର ଚୂଡାନ୍ତ ରାୟ ପ୍ରକାଶ କରି ପ୍ରମାଣ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image