ବାରିପଦା ଅଫିସ,୧ା୧୧: ସୋମବାରଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ଶିମିଳିପାଳ ଅଭୟାରଣ୍ୟ। ପର୍ଯ୍ୟଟକମାନେ ସକାଳ ୬ରୁ ୯ଟା ମଧ୍ୟରେ ନିଜ ଗାଡ଼ି ଏବଂ ନାଁ ଠିକଣା ଗେଟ୍ରେ ଦାଖଲ କରିବେ। ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ବାରିପଦା ପଟରୁ ପିଠାବଟା ଗେଟ୍ ଓ ଯଶୀପୁର ଅଭୟାରଣ୍ୟ ଭିତରକୁ ପ୍ରବେଶ କରିପାରିବେ। ଭିତରେ ବୁଲିବା ବେଳେ କୋଭିଡ୍ ଗାଇଡ୍ଲାଇନ୍ ମାନିବାକୁ ବାଧ୍ୟ। ଚଳିତବର୍ଷ ଶିମିଳିପାଳକୁ ପ୍ଲାଷ୍ଟିକ୍ମୁକ୍ତ ଘୋଷଣା କରାଯାଇଛି। ପର୍ଯ୍ୟଟକମାନେ କୌଣସି ପ୍ଲାଷ୍ଟିକ୍ ସାମଗ୍ରୀ ନେଇ ଭିତରକୁ ଯାଇପାରିବେ ନାହିଁ। ରାତ୍ରିଯାପନ କରିବାକୁ ଚାହୁଁଥିବା ପର୍ଯ୍ୟଟକ ଅନ୍ଲାଇନ ମାଧ୍ୟମରେ ବୁକିଂ କରିପାରିବେ।
ସୂଚନାଯୋଗ୍ୟ, ବର୍ଷାଋତୁରେ ଶିମିଳିପାଳ ଅଭୟାରଣ୍ୟ ବନ୍ଦ କରି ଦିଆଯାଉଥିବା ବେଳେ ଶୀତ ଋତୁର ଆଗମନରେ ଏହା ପର୍ଯ୍ୟଟକଙ୍କ ପାଇଁ ଖୋଲିଥାଏ।