ଅନିର୍ଦ୍ଦିଷ୍ଟ କାଳ ପାଇଁ ଶିମିଳିପାଳ ବନ୍ଦ

ବାରିପଦା ଅଫିସ,୧୫ା୧୧: ଚଳିତମାସ ୧ ତାରିଖରୁ ଖୋଲିଥିବା ଶିମିଳିପାଳକୁ ପୁଣି ଥରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରି ଦିଆଯାଇଛି। ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବାବେଳେ ସକାଳୁ ଘନ କୁହୁଡ଼ି ହେଉଛି। ଫଳରେ କିଛି ଦୃଶ୍ୟମାନ ହେଉନି। ବର୍ଷା ସମୟରେ ଶିମିଳିପାଳ ଭିତରକୁ ଯିବା ବିପଦପୂର୍ଣ୍ଣ ଥିବାବେଳେ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଶିମିଳିପାଳ ଜାତୀୟ ଉଦ୍ୟାନ ଉପନିର୍ଦ୍ଦେଶକ ଏପରି ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ, ମହାମାରୀ କରୋନା ପାଇଁ ଦୀର୍ଘଦିନ ଧରି ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରହିଥିଲା। କରୋନାର ପ୍ରକୋପ କମିବା ପରେ ତାହା ନଭେମ୍ବର ୧ ତାରିଖରୁ ଖୋଲିଥିଲା।

Share