ପାର୍ଟିକୁ ଗଲାବେଳେ ସାଧାରଣତଃ କେଉଁଭଳି ଡ୍ରେସ୍ ପିନ୍ଧିବେ ସେଥିପାଇଁ ସମସ୍ତେ ଦ୍ୱନ୍ଦ୍ୱରେ ପଡିଥାନ୍ତି। ତେବେ ନାଇଟ୍ ପାର୍ଟି ଯାଉଥିଲେ ଆପଣ ଶିମରି ଡ୍ରେସ୍କୁ ଆପଣାଇ ପାରିବେ। ଆଜିକାଲିର ଫ୍ୟାଶନ ଟ୍ରେଣ୍ଡରେ ବିଭିନ୍ନ ପ୍ରକାରର ଶିମରି ଡ୍ରେସ୍ ଆଉ ଶାଢି ପିନ୍ଧିପାରିବେ।
ଶିମରି ଗାଉନ- ନାଇଟ୍ ପାର୍ଟି ଯାଉଥିଲେ ଶିମରି ଗାଉନ ବହୁତ ସୁନ୍ଦର ଲାଗିବ। ବଡି ଫିଟ୍ ଶିମରି ଗାଉନ ପିନ୍ଧି ଆପଣ ପାର୍ଟିରେ ବେଶ୍ ସୁନ୍ଦର ଦେଖାଯାଇପାରିବେ।
ଶିମରି ଶର୍ଟ ଡ୍ରେସ୍- ଯଦି ଆପଣ ଲମ୍ବା ଗାଉନ ପିନ୍ଧିବାକୁ ଚାହୁଁନାହାନ୍ତି ତେବେ ଶିମରି ଶର୍ଟ ଡ୍ରେସ୍ ବି ପିନ୍ଧିପାରିବେ। ବିଭିନ୍ନ ରଙ୍ଗର ଆଉ ବିଭିନ୍ନ ରେଞ୍ଜରେ ଏହି ଶର୍ଟ ଡ୍ରେସ୍ ବଜାରରେ ମିଳିପାରୁଛି।
ଶିମରି ସ୍କର୍ଟ-ଲେହେଙ୍ଗା- ପାର୍ଟିରେ ଯଦି ଆପଣ ଇଣ୍ଡୋ-ୱେଷ୍ଟର୍ନ ପିନ୍ଧିବାକୁ ଚାହୁଁଛନ୍ତି ତେବେ ଶିମରି ଲେହେଙ୍ଗା କିମ୍ବା ଶିମରି ସ୍କର୍ଟ ପିନ୍ଧିପାରିବେ। ସିଙ୍ଗଲ କଲର ବ୍ଲାଉଜ ସହିତ ଏହି ଡ୍ରେସ୍ ବହୁତ ସୁନ୍ଦର ଲାଗିବ।
ଶିମରି ଶାଢ଼ି- ଶିମରି ଶାଢ଼ି ବି ଏବେ ପାର୍ଟିରେ ନୂଆ ଟ୍ରେଣ୍ଡ ହୋଇପାରିଛି। ସେଲିବ୍ରିଟିମାନେ ବି ଶିମରି ଶାଢ଼ି ପିନ୍ଧି ପାର୍ଟି ଯାଉଥିବା ଦେଖିବାକୁ ମିଳୁଛି। ତେଣୁ ଯେକୌଣସି ରଙ୍ଗର ଶିମରି ଶାଢ଼ି ପିନ୍ଧି ଆପଣ ଫ୍ୟାଶନ ଟ୍ରେଣ୍ଡରେ ନିଜକୁ ସାମିଲ କରିପାରିବେ।