Categories: ଜାତୀୟ

ଏତେ ଶୀଘ୍ର ଶେଷ ହେବନାହିଁ ମହାରାଷ୍ଟ୍ରର ରାଜନୈତିକ ସଙ୍କଟ, ସଦସ୍ୟତା ପାଇଁ କୋର୍ଟ ଯିବାକୁ ପ୍ରସ୍ତୁତ ହେଲେଣି ଅସନ୍ତୁଷ୍ଟ ବିଧାୟକ

ମୁମ୍ବାଇ,୨୬ ।୬: ମହାରାଷ୍ଟ୍ର ରାଜନୈତିକ ସଙ୍କଟକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଚାଲିଛି । ଏକନାଥ ସିନ୍ଧେଙ୍କ ଏକଜିଦିଆ ନୀତି ଯୋଗୁ ଏହି ରାଜନୈତିକ ସଙ୍କଟ ବେଳକୁ ବେଳ ଜଟିଳ ହେଉଥିବା କୁହାଯାଇଛି । ଇତିମଧ୍ୟରେ ସିନ୍ଧେଙ୍କ ସମର୍ଥିତ ନେତା ଦୀପକ କେସରକର କହିଛନ୍ତି, ଆମେ ଶିବସେନାରୁ ବାହାରକୁ ଆସିନୁ । ଆମେ ଶିବସେନାରେ ଅଛୁ । ଆମକୁ କେହି କହିନାହାନ୍ତି ଏମିତି କରିବାକୁ ଆମେ ଆମ ମନକୁ ଏହା କରିଛୁ । ଆମେ ଡେପୁଟି ସ୍ପିକରଙ୍କ ନିଷ୍ପତ୍ତିକୁ କୋର୍ଟରେ ଚ୍ୟାଲେଞ୍ଜ କରିବୁ । ଆମେ ଶିବସେନାଠାରୁ ଭିନ୍ନ ନୁହେଁ, ଆମେ ଶିବସେନାର ଅଲଗା ନାମ ମାଗିନାହୁଁ । ଆମେ ଶିବସେନାର ବିଚାରକୁ ନେଇ ଚାଲିବୁ । ଆମକୁ ଡରାଇବାକୁ ଡିସକ୍ୱାଲିଫିକେଶନର ଧମକ ଦିଆଯାଉଛି । ଲୋକଙ୍କୁ ରାସ୍ତାକୁ ଆସିବାକୁ ଯାହା କୁହାଯାଉଛି ତାହା ଭୁଲ ।
ସୂଚନାଯୋଗ୍ୟ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଆଦିତ୍ୟ ଠାକରେଙ୍କଠାରୁ ଅଲଗା ହୋଇ ୧୬ ଜଣ ଅସନ୍ତୁଷ୍ଟ ବିଧାୟକ ଏକନାଥ ସିନ୍ଧେଙ୍କୁ ନେଇ ପୁଣିଥରେ ସରକାର ଗଢିବା ଯୋଜନାରେ ରହିଛନ୍ତି । ଏହାରି ଭିତରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ତାଙ୍କ ସରକାରୀ ବାସଭବନ ଛାଡି ଦେଇଥିବା ବେଳେ ଶୁକ୍ରବାର ଶିବସେନାର ୧୬ ବିଧାୟକଙ୍କ ସଦସ୍ୟତାକୁ ରଦ୍ଦ କରିବାକୁ ଶିବସେନା ଡେପୁଟି ସ୍ପିକରଙ୍କୁ ଅପିଲ କରିଥିଲା । ଏହାପରେ ଅସନ୍ତୁଷ୍ଟ ବିଧାୟକଙ୍କୁ ନୋଟିସ ଜାରି କରାଯାଇଛି । ଏହାକୁ ନେଇ ଏବେ ଅସନ୍ତୁଷ୍ଟ ବିଧାୟକମାନେ କୋର୍ଟ ଯିବାକୁ ପ୍ରସ୍ତୁତ ହେଉଥିବା କହୁଥିବାରୁ ଏହି ସଙ୍କଟ ଏତେ ଶୀଘ୍ର ଶେଷ ହେବନାହିଁ ବୋଲି ଅନୁମାନ କରାଯାଉଛି ।

Share