Categories: ଜାତୀୟ

ଶିନ୍ଦେ-ଫଡନାଭିସ ଫାଟ ବଢ଼ିବା ନେଇ ଚର୍ଚ୍ଚା, ଗୋଟିଏ ମଞ୍ଚରେ ନଜର ଆସୁ ନାହାନ୍ତି ଦୁଇ ନେତା…

ମୁମ୍ବାଇ,୧୪।୬ : ଗତ ଦୁଇ ସପ୍ତାହ ଧରି ଗଣମାଧ୍ୟମ ରିପୋର୍ଟ ଆସୁଛି, ମହାରାଷ୍ଟ୍ର ସରକାରଙ୍କ ଦୁଇ ବଡ ନେତାଙ୍କ ମଧ୍ୟରେ ସବୁ ଠିକ ଚାଲି ନାହିଁ। ଯଦି ଏହି ରିପୋର୍ଟଗୁଡିକ ବିଶ୍ୱାସ କରାଯାଏ, ତେବେ ଭାଜପା ଶିବସେନା ସରକାରଙ୍କ ଦୁଇ ବରିଷ୍ଠ ନେତା ରାଜ୍ୟ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ମଧ୍ୟରେ ମତଭେଦ ଦେଖାଦେଇଛି ଏବଂ ଉଭୟ ନେତାଙ୍କ ଏବେ ଏକାଠି ଗୋଟିଏ ମଞ୍ଚରେ ଦେଖାଯାଉ ନାହାନ୍ତି। ଦୁହିଁଙ୍କ ମଧ୍ୟରେ ଫାଟ ବଢ଼ିବାରେ ଲାଗିଥିବା ଚର୍ଚ୍ଚା ହେଉଛି।

କୁହାଯାଉଛି ଦେବେନ୍ଦ୍ର ଫଡନାଭିସ କିଛି ପ୍ରସଙ୍ଗରେ ଶିନ୍ଦେଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି। ତେଣୁ ଲଗାତାର ଦ୍ୱିତୀୟ ଦିନ ପାଇଁ ସେ ଶିନ୍ଦେଙ୍କ ସହ ଏକାଠି ମଞ୍ଚରେ ନଜର ଆସି ନାହାନ୍ତି। ବୁଧବାର ମହାରାଷ୍ଟ୍ର ରାଜ୍ୟ ସଡକ ପରିବହନ ନିଗମର ୭୫ ତମ ଫାଉଣ୍ଡେଶନ ଦିବସ ପାଳନ କରାଯାଉଛି। ନିମନ୍ତ୍ରଣ କାର୍ଡରେ ଶିନ୍ଦେ ଏବଂ ଫଡନାଭିସଙ୍କ ନାମ ଛପା ଯାଇଛି। କିନ୍ତୁ ଫଡନାଭିସ ଆସି ନାହାନ୍ତି।

ମଙ୍ଗଳବାର ଶିବସେନା ରାଜ୍ୟ ଖବରକାଗଜରେ ଏକ ବିବାଦୀୟ ବିଜ୍ଞାପନ ପ୍ରକାଶ କରିଛି । ଏହି ବିଜ୍ଞାପନ ପ୍ରକାଶନ ପରେ କୋଲହାପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରୁ ଫଡନାଭିସ ନିଜକୁ ଦୂରେଇ ରଖିଥିଲେ। ତାଙ୍କ କାର୍ଯ୍ୟାଳୟରୁ କୁହାଯାଇଥିଲା ତାଙ୍କ କାନ ସମସ୍ୟା ହେତୁ ସେ କୋଲହାପୁର ଯାଉନାହାଁନ୍ତି, କିନ୍ତୁ ଦ୍ୱିତୀୟ ଦିନରେ ମଧ୍ୟ ଶିନ୍ଦେଙ୍କ ସହ ମଞ୍ଚ ବାଣ୍ଟିବାର ଅର୍ଥ ବିଷୟରେ ସେ କୌଣସି ସୂଚନା ଦେଇାହାନ୍ତି।

ମଙ୍ଗଳବାର ଦିନ ପ୍ରକାଶିତ ବିଜ୍ଞାପନରେ ଆଉ ଏକ ବିବାଦୀୟ ବିଷୟ ସାମ୍ନାକୁ ଆସିଛି ଯେଉଁଥିରେ ରାଜ୍ୟରେ ଫଡନାଭିସଙ୍କ ଅପେକ୍ଷା ଶିିନ୍ଦେଙ୍କୁ ଅଧିକ ଲୋକପ୍ରିୟ ବୋଲି ବର୍ଣ୍ଣନା କରାଯାଇଛି। ରାଜନୈତିକ ସମୀକ୍ଷକଙ୍କ ଅନୁଯାୟୀ ଏହା ବିବାଦର ଏକ ବଡ଼ କାରଣ ହୋଇପାରେ।

Share