Categories: ଖେଳ

ଶିନ୍ଦେ ସରକାରଙ୍କ ବଡ ଘୋଷଣା: ଝିଅ ଜନ୍ମରୁ ସାବାଳିକା ହେବା ପର୍ଯ୍ୟନ୍ତ ମିଳିବ ୧ ଲକ୍ଷ ଟଙ୍କା…

ମୁମ୍ବାଇ,୧୧।୧୦ : ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଝିଅମାନଙ୍କ ପରିବାରକୁ ଜନ୍ମରୁ ସାବାଳିକା ହେବା ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇବା ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। କ୍ୟାବିନେଟ ବୈଠକରେ ଶିନ୍ଦେ ଘୋଷଣା କରିଛନ୍ତି ଯେତେବେଳେ ମହାରାଷ୍ଟ୍ରରେ କୌଣସି ପରିବାରରେ ଝିଅ ଜନ୍ମ ହେବ, ସେତେବେଳେ ତାଙ୍କ ପରିବାରକୁ ୫୦୦୦ ଟଙ୍କା ଦିଆଯିବ।

କେବଳ ଏତିକି ନୁହେଁ, ଯେତେବେଳେଝିଅ ପ୍ରଥମ ଶ୍ରେଣୀରେ ପହଞ୍ଚିବ, ପରିବାରକୁ ୬,୦୦୦ଟଙ୍କା ଦିଆଯିବ। ଏହା ପରେ, ଯେତେବେଳେ ସେ ଷଷ୍ଠ ଶ୍ରେଣୀରେ ପହଞ୍ଚିବ ପରିବାରକୁ ୭,୦୦୦ ଟଙ୍କା ମିଳିବ। ଏହା ପରେ, ଯେତେବେଳେ ଝିଅ ଏକାଦଶ ଶ୍ରେଣୀରେ ପହଞ୍ଚିବ, ସେତେବେଳେ ତାଙ୍କୁ ୮,୦୦୦ଟଙ୍କା ମିଳିବ। ଯେତେବେଳେ ଝିଅ ୧୮ ବର୍ଷର ହେବ ସେତେବେଳେ ପରିବାରକୁ ୭୫ହଜାର ଟଙ୍କା ଦିଆଯିବ। ଏହିପରି, ଗୋଟିଏ ପରିବାରକୁ ଝିଅ ଜନ୍ମରୁ ସେ ସାବାଳିକା ହେବା ପର୍ଯ୍ୟନ୍ତ୧ ଲକ୍ଷ ଟଙ୍କା ପ୍ରଦାନ କରାଯିବ।

Share