Categories: ଜାତୀୟ

ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି ଶିନ୍ଦେ ସରକାର: ସଞ୍ଜୟ ରାଉତଙ୍କ କଟାକ୍ଷ…

ମୁମ୍ବାଇ,୭।୧ : ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସରକାରକୁ ଶିସେନା ଉଦ୍ଧବ ଠାକରେ ଦଳର ନେତା ତଥା ଏମ୍‌ପି ସଞ୍ଜୟ ରାଉତ ଟାର୍ଗେଟ କରିଛନ୍ତି। ସେ କଟାକ୍ଷ କରି କହିଛନ୍ତି ଯେ ଶିନ୍ଦେ ସରକାର ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି। ସରକାର ଫେବୃୟାରୀ ମାସ ଦେଖିପାରିବେ ନାହିଁ। ତାହା ପୂର୍ବରୁ ରାଜ୍ୟ ସରକାରଙ୍କ ପତନ ହେବ।

ଯଦି ନ୍ୟାୟ ପାଳିକା ଉପରେ ଚାପ ପ୍ରୟୋଗ ନ କରାଯାଏ ତେବେ ଶିନ୍ଦେଙ୍କୁ ସମର୍ଥନ କରୁଥିବା ୧୬ ବିଧାୟକ ଅଯୋଗ୍ୟ ଘୋଷିତ ହେବେ। ଏହା ଦ୍ୱାରା ଶିନ୍ଦେ ସରକାର କ୍ଷମତାଚ୍ୟୁତ ହେବା ନିଶ୍ଚିତ ହେବ ବୋଲି ସେ କହିଛନ୍ତି।

ଫେବୃୟାରୀ ୧୦ରେ ସୁପ୍ରିମ୍‌କୋର୍ଟ ଶିନ୍ଦେଙ୍କ ୧୬ ବିଧାୟକଙ୍କର ଅଯୋଗ୍ୟ ଘୋଷିତ ମାମଲାର ବିଚାର କରିବେ। ଫଳରେ ଏବେ ସରକାର ଅନିଶ୍ଚିତତା ମଧ୍ୟ ଦେଇ ଗତି କରୁଥିବା ସେ କହିଛନ୍ତି।

ରାଜ୍ୟ ସରକାର ଦୁଇଭାଗରେ ବିଭକ୍ତ ହୋଇଯାଇଛନ୍ତି। ଦୁଇ ଦଳ ନିଜନିଜ ଆଭିମୁଖ୍ୟ ନେଇ ଭିନ୍ନଭିନ୍ନ ପ୍ରସଙ୍ଗ ଉପରେ କାର୍ଯ୍ୟ କରୁଥିବାରୁ ଜନସାଧାରଣଙ୍କର ଲାଭ ହୋଇ ପାରୁନାହିଁ।

Share