Categories: ଜାତୀୟ

ଟୋଲ ଟ୍ୟାକ୍ସ ବୃଦ୍ଧି କରି ନିଜ ପାଇଁ ବିପଦ ଆଣିବେ ଶିନ୍ଦେ ସରକାର: ରାଜ ଠାକରେ…

ମୁମ୍ବାଇ,୮।୧୦ : ମହାରାଷ୍ଟ୍ର ରାଜ୍ୟ ସଡକ ବିକାଶ ନିଗମ ଅକ୍ଟୋବର ୧ ରୁ ମୁମ୍ବାଇ ସୀମାରେ ଅବସ୍ଥିତ ଟୋଲ ବୁଥ ଉପରେ ଟୋଲ ଟ୍ୟାକ୍ସ ବୃଦ୍ଧି କରିଛି। ମହାରାଷ୍ଟ୍ର ନବନିର୍ମାନ ସେନା (ଏମଏନଏସ) ର ନେତାମାନେ ଏହାକୁ ବିରୋଧ କରୁଛନ୍ତି। ଦଳର ନେତା ଅବିନାଶ ଯାଦବ ଚାରି ଦିନ ଧରି ଧାରଣାରେ ଅଛନ୍ତି। ଏଭଳି ପରିସ୍ଥିତିରେ ଏମଏନଏସ ମୁଖ୍ୟ ରାଜ ଠାକରେ ଯାଦବଙ୍କୁ ଭେଟିଥିଲେ। ଏଥିସହ ସେ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ଭେଟିବେ ବୋଲି କହିଛନ୍ତି।

ଆସନ୍ତା କିଛି ଦିନ ମଧ୍ୟରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ବୋଲି ଏମଏନଏସ ମୁଖ୍ୟ କହିଛନ୍ତି। ଟୋଲ ବୃଦ୍ଧି ଏବଂ ରାଜ୍ୟବାସୀ ସମ୍ମୁଖୀନ ହେଉଥିବା ଅନ୍ୟାନ୍ୟ ସମସ୍ୟା ତାଙ୍କ ସମ୍ମୁଖରେ ରଖିବେ।

ସେ କହିଛନ୍ତି ଶିବସେନା-ଭାଜପା ମିଳିତ ମେଣ୍ଟ ଏହାର ନିର୍ବାଚନୀ ଇସ୍ତାହାରରେ ଟୋଲ ଫ୍ରି କରିବାକୁ ପ୍ରତିଶ୍ରୁତି ଦେଇଥିଲା, କିନ୍ତୁ ଏହା ପୂରଣ ହୋଇ ନାହିଁ। ଟୋଲ ସମ୍ପର୍କରେ ଶିନ୍ଦେ ପୂର୍ବରୁ କୋର୍ଟରେ ଏକ ପିଟିଶନ ଦାଖଲ କରିଥିଲେ ଯାହା ପରେ ପ୍ରତ୍ୟାହାର କରାଯାଇଥିଲା। ସେ ମହାରାଷ୍ଟ୍ର ସିଏମଙ୍କୁ ପଚାରିଛନ୍ତି ସେ କେଉଁ ନିର୍ଦ୍ଦେଶ ଆଧାରରେ ଆବେଦନ ପ୍ରତ୍ୟାହାର କରିଛନ୍ତି?

ଲୋକମାନଙ୍କୁ ସେମାନଙ୍କର ଅଧିକାର ପାଇଁ ବିଦ୍ରୋହ କରିବାକୁ ସେ କହିଛନ୍ତି। ଯେତେବେଳେ ଲୋକମାନେ ବିଦ୍ରୋହ କରିବେ ସେତେବେଳେ ସରକାର ନିଜର ଭୁଲ ବୁଝିିବେ।

ଶାସକ ଦଳ ମନେ ରଖିବା ଉଚିତ ନିବ;ାଚନ ପାଖେଇ ଆସୁଛି। ଏଭଳି ପରିସ୍ଥିତିରେ ସାଧାରଣ ନାଗରିକଙ୍କୁ ଅସନ୍ତୁଷ୍ଟ କରିବା ଦ୍ୱାରା ନିଜ ପାଇଁ ବିପଦ ଆଣିବେ। ନିର୍ବାଚନ ସମୟରେ ଶାସକ ଦଳ ଯାହା ପ୍ରତିଶ୍ରୁତି ଦେଇଥିଲେ ତାହା ମିଥ୍ୟା ଥିଲା। ଲୋକ ସେମାନଙ୍କର ଭୋଟ ଦେବା ସମୟରେ ଏହା ଚିନ୍ତା କରିବା ଜରୁରୀ ବୋଲି ଠାକରେ କହିଛନ୍ତି।

Share