Posted inଜାତୀୟ

ଶିନ୍ଦେ ନିଜେ ହମାସ, ସଞ୍ଜୟଙ୍କ କଟାକ୍ଷ…

ମୁମ୍ବାଇ,୨୫।୧୦ : ଦଶହରା ଅବସରରେ ଏକନାଥ ଶିନ୍ଦେ ଏବଂ ଶିବସେନା (ୟୁବିଟି) ନେତା ଉଦ୍ଧବ ଠାକରେ ମହାରାଷ୍ଟ୍ରରେ ଏକ ରାଲି କରିଥିଲେ। ବିଜୟାଦଶମୀ ଅବସରରେ ଶିବଜୀ ପାର୍କରେ ଉଦ୍ଧବ ଠାକରେ ଏକ ଦଶହରା ରାଲି ଆୟୋଜନ କରିଥିବାବେଳେ ଏକନାଥ ଶିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ଆଜାଦ ମଇଦାନରେ ଏକ ରାଲିର ଆୟୋଜନ କରିଥିଲେ। ରାଲିରେ ଉଭୟ ନେତା ପରସ୍ପରକୁ କଡ଼ା ସମାଲୋଚନା କରିଛନ୍ତି। ଏହି ସମାବେଶକୁ ସମ୍ବୋଧିତ କରିବାବେଳେ ଏକନାଥ ଶିନ୍ଦେ ଉଦ୍ଧବ ଠାକରେଙ୍କୁ ବାଲାସାହେବ ଠାକରେଙ୍କ ପ୍ରତି ବିଶ୍ୱାସଘାତକତା କରିଥିବା ଅଭିଯୋଗ କରିଥିଲେ। ସେ କହିଥିଲେ ତାଙ୍କ ଆଦର୍ଶଗତ ଉତ୍ତରାଧିକାରୀ ବାଲ ଠାକରେଙ୍କ ପିଠିରେ ଛୁରୀ ଭୁଷିଛନ୍ତି।

ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ୱାଡେଟିୱାର କହିଛନ୍ତି ଉଦ୍ଧବ ଠାକରେଙ୍କ ପ୍ରତି ବଢୁଥିବା ସମର୍ଥନକୁ ଦୃଷ୍ଟିରେ ରଖି ଏକନାଥ ଶିନ୍ଦେ ଏପରି ବିବୃତ୍ତି ଦେଉଛନ୍ତି। ଶୀଘ୍ର ନିର୍ବାଚନ ଘୋଷଣା କରାଯିବା ଉଚିତ, ଏହା ପରେ କିଏ ଅସଲି ଏବଂ କିଏ ନକଲି ତାହା ଜଣାପଡିବ। କିଏ ଜନସାଧାରଣଙ୍କ ସମର୍ଥନ ହାସଲ କରୁଛି ଏବଂ କିଏ ଶିବସେନାର ଆଦର୍ଶ ଅନୁସରଣ କରୁଛି ତାହା ଜଣାପଡିଯିବ।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ବାଲାସାହେବ ଠାକରେ ଦୁସେହେରା ଗ୍ରାଉଣ୍ଡରୁ ‘ଗର୍ବିତ ଭାବରେ ଆମେ ହିନ୍ଦୁ’ ସ୍ଲୋଗାନ ଦେଇଥିଲେ। ସେ କଂଗ୍ରେସକୁ ପସନ୍ଦ କରୁ ନ ଥିଲେ। ଆଜି ଉଦ୍ଧବ କଂଗ୍ରେସ ସହିତ ମିଳିତ ହୋଇଛନ୍ତି। କଂଗ୍ରେସ ଦଳ ହମାସ ଏବଂ ଲଶ୍କର-ଇ-ତୋଏବା ଭଳି ଆତଙ୍କବାଦୀ ଗୋଷ୍ଠୀ ସହ ମେଣ୍ଟ କରିବାକୁ ପଛାଇବ ନାହିଁ।

ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ମଧ୍ୟ ଶିନ୍ଦେଙ୍କ ବିବୃତ୍ତିରେ ପ୍ରତିକ୍ରିୟା ଦେଇ ସିଏମଙ୍କୁ ହମାସ ବୋଲି କହିଛନ୍ତି। ଭାଜପାକୁ ଲକ୍ଷ୍ୟ କରି ସେ କହିଛନ୍ତି ଶିନ୍ଦେ ନିଜେ ଜଣେ ହମାସ। ଏହା ଦର୍ଶାଏ ଭାଜପା କିପରି ସେମାନଙ୍କ ମୁଣ୍ଡରେ ବିଦ୍ୱେଷ ସୃଷ୍ଟିକାରୀ ପୋକ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ମନ୍‌ କି ବାତ୍‌’ରେ ମୋଟୁ-ପତ୍‌ଲୁ, ଛୋଟା ଭୀମ୍‌ କଥା କହିଲେ ମୋଦି, କାରଣ ଜାଣିଲେ…

ନୂଆଦିଲ୍ଲୀ,୨୭ା୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମର ୧୧୫ତମ ପର୍ଯ୍ୟାୟରେ ତାଙ୍କ ଜୀବନର ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତଗୁଡ଼ିକୁ ମନେ ପକାଇଛନ୍ତି। ମୋଦି କହିଛନ୍ତି, ସେ...

ଷ୍ଟେଶନରେ ଦଳାଚକଟା, ୯ ଆହତ

ମୁମ୍ବାଇ,୨୭ା୧୦: ଦେଶର ବିଭିନ୍ନ ସ୍ଥାନରୁ ଲୋକମାନେ ଦୀପାବଳି ଏବଂ ଛଟ୍‌ପୂଜା ପାଇଁ ନିଜ ଘରକୁ ଯାଉଛନ୍ତି।  କିଛି ଲୋକ ମାସେ ପୂର୍ବରୁ ଟିକେଟ୍‌ ବୁକିଂ କରିଥିଲେ,...

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି: ୧୬୩ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କଲା ଇଡି

ନୂଆଦିଲ୍ଲୀ,୨୬ା୧୦: ପଶ୍ଚିମବଙ୍ଗ ସ୍କୁଲ୍‌ ସେବା ଆୟୋଗ (ଡବ୍ଲ୍ୟୁବିଏସ୍‌ଏସ୍‌ସି) ଦ୍ୱାରା ଗ୍ରୁପ୍‌ ସି ଏବଂ ଡି କର୍ମଚାରୀ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ହୋଇଥିଲା। ଏହାର ମନିଲଣ୍ଡରିଂ ଦିଗ...

ଭାରତ-ଚାଇନା ଚୁକ୍ତିକୁ ନେଇ ଜୟଶଙ୍କର କହିଲେ ସଫଳତା ପଛରେ…

ପୁଣେ,୨୬ା୧୦: ଦୀର୍ଘ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ପୂର୍ବ ଲଦାଖ ଅନ୍ତର୍ଗତ ଏଲ୍‌ଏସିରେ ଲାଗି ରହିଥିବା ଅଚଳାବସ୍ଥା ଦୂର ପାଇଁ ଉଭୟ ଭାରତ ଓ...

ଖାଲିଟାରେ ଗର୍ଜୁ ନାହାଁନ୍ତି ଗିରିରାଜ…

ପାଟନା,୨୬।୧୦: ବିହାରରେ ଯେଉଁ ଆଡେ ନଜର ପକାଇଲେ ଦେଖିବେ, ଆଜିକାଲି କେବଳ ଭାଜପାର ଫାୟାର ବ୍ରାଣ୍ଡ ନେତା ତଥା କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂଙ୍କ ‘ହିନ୍ଦୁ...

ଭାରତ ଆଡକୁ କାହିଁକି ଆକର୍ଷିତ ହେଉଛି ବିଶ୍ୱ? ଜୟଶଙ୍କର ଦେଲେ ଏମିତି ଜବାବ

ପୁଣେ,୨୬।୧୦: ଶନିବାର ଅର୍ଥାତ୍‌ ଅକ୍ଟୋବର ୨୬ରେ ପୁଣେରେ ଛାତ୍ରମାନଙ୍କ ସହ କଥାବାର୍ତ୍ତା ବେଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର କହିଛନ୍ତି ଯେ ଆଜି...

ବାବା ସିଦ୍ଦିକୀ ହତ୍ୟାକାଣ୍ଡର ଖୋଲିଲା ବଡ଼ ଗୁମର, ପୋଲିସ କହିଲା କିଏ ମାମଲାର ମୋଷ୍ଟ ଓ୍ବାଣ୍ଟେଡ

ମୁମ୍ବାଇ,୨୬।୧୦: ବରିଷ୍ଠ ଏନସିପି ନେତା ବାବା ସିଦ୍ଦିକୀଙ୍କ ହତ୍ୟା ମାମଲାରେ ଏକ ବଡ଼ ଥା ସାମ୍ନାକୁ ଆସିଛି। ଏହି ହତ୍ୟା ମାମଲାରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ...

ସ୍ବାମି ଅଭିମୁକ୍ତେଶ୍ୱରାନନ୍ଦଙ୍କଠାରୁ ଆଶୀର୍ବାଦ ନେଲେ ପରିଣିତି-ରାଘବ

ନୂଆଦିଲ୍ଲୀ,୨୬।୧୦: ଶନିବାର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ମହାରାଜ ଆମ ଆଦମୀ ପାର୍ଟି ରାଜ୍ୟ ସଭା ଏମପି ରାଘବ ଚଢା ଏବଂ ଅଭିନେତ୍ରୀ ପରିଣିତି ଚୋପ୍ରାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri