Categories: ଜାତୀୟ

ଶିନ୍ଦେ ହଟିବେ ଅଜିତ ହେବେ ମୁଖ୍ୟମନ୍ତ୍ରୀ: ସାମନା…

ମୁମ୍ବାଇ,୩।୭ : ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା ଏହାର ମୁଖପତ୍ର ସାମାନାରେ ଏକ ବଡ଼ କଥା କହିଛି। ବାସ୍ତବରେ, ସାମନାରେ ଲେଖାଯାଇଥିବା ଏକ ଆର୍ଟିକିଲରେ ଶିବସେନା ଦାବି କରିଛି ଅଜିତ ପାୱାରଙ୍କ ସହ ଭାଜପା ହାତ ମିଳାଇ ଏକନାଥ ଶିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାର ପଥ ପରିଷ୍କାର ହୋଇଛି। ଆର୍ଟିକିଲ ଅନୁଯାୟୀ ଅଜିତ ପାୱାର ଖୁବ ଶୀଘ୍ର ଏକନାଥ ଶିନ୍ଦେଙ୍କ ସ୍ଥାନ ନେଇ ମୁଖ୍ୟମନ୍ତ୍ରୀ ହେବେ। ୟ

ଅଜିତ ପାୱାର କେବଳ ଡେପୁଟି ସିଏମ ହେବା ପାଇଁ ସରକାରରେ ଯୋଗ ଦେଇନାହାଁନ୍ତି। ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏବଂ ବିଦ୍ରୋହୀ ବିଧାୟକଙ୍କୁ ଶୀଘ୍ର ଅଯୋଗ୍ୟ କରାଯିବ ଏବଂ ପାୱାରଙ୍କୁ ମୁଖ୍ୟମନ୍ତ୍ରୀ ମୁକୁଟ ପିନ୍ଧାଯିବ। ରାଜ୍ୟ ରାଜନୀତିରେ ଯାହା ଘଟୁଛି, ଲୋକମାନେ ଏହାକୁ ପସନ୍ଦ କରିବେ ନାହିଁ। ମହାରାଷ୍ଟ୍ରରେ ଏପରି କୌଣସି ରାଜନୈତିକ ପରମ୍ପରା ନାହିଁ । ଲୋକମାନେ ଏହାକୁ କେବେ ସମର୍ଥନ କରିବେ ନାହିଁ ।

ଅଜିତ ପାୱାର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ପାଇଁ ବିପଜ୍ଜନକ। ଅଜିତ ପାୱାର ଡେପୁଟି ସିଏମ ଭାବରେ ଶପଥ ଗ୍ରହଣ କରିବାର ରେକର୍ଡ କରିଛନ୍ତି ଏବଂ ଏଥର ଏହି ଡିଲ ଦୃଢ଼ ହୋଇଛି।

ଶିନ୍ଦେ ଦଳର ନେତାଙ୍କ ଭବିଷ୍ୟତ ଅନ୍ଧକାରରେ ଅଛି। ତାଙ୍କର ତଥାକଥିତ ହିନ୍ଦୁତ୍ୱ ସମାପ୍ତ ହୋଇଛି। ସେ ଦିନ ଦୂର ନୁହେଁ ଯେତେବେଳେ ଶିନ୍ଦେ ଏବଂ ତାଙ୍କ ସହଯୋଗୀ ବିଦ୍ରୋହୀମାନେ ଅଯୋଗ୍ୟ ହେବେ। ରବିବାର ଦିନ ଯାହା ଘଟିଲା, ତାହା ହେଉଛି ଏହାର ମୂଳ ବିଷୟ ।

ମହାରାଷ୍ଟ୍ର ଭାଜପା ନେତା ଦେବେନ୍ଦ୍ର ଫଡନାଭିସଙ୍କୁ ମଧ୍ୟ ସାମନା ସମ୍ପାଦକୀୟରେ ଟାର୍ଗେଟ କରାଯାଇଛି। ପ୍ରବନ୍ଧରେ ଏହା ଲେଖାଯାଇଛି’ଫଡନାଭିସ କହିଥିଲେ ସେ କେବେବି ଏନସିପି ସହ ହାତ ମିଳାଇବେ ନାହିଁ, କିନ୍ତୁ ରବିବାର ଦିନ ଶପଥ ଗ୍ରହଣ ସମାରୋହ ଭାଜପାର ପ୍ରକୃତ ଚେହେରାକୁ ଲୋକଙ୍କ ସାମ୍ନାକୁ ସେ ଆଣିଛନ୍ତି।

Share