Categories: ଜାତୀୟ

ମୁମ୍ବାଇରେ ପହଞ୍ଚିଲେ ସିନ୍ଧେ

ମୁମ୍ବାଇ, ୩୦।୬: ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଧେ ଗୁରୁବାର ଅପରାହ୍ନରେ ମୁମ୍ବାଇରେ ପହଞ୍ଚିଛନ୍ତି। ଭାଜପା ନେତା ଦେବେନ୍ଦ୍ର ଫଡନ୍‌ବିସ୍‌ ସହ ସିନ୍ଧେ ରାଜ୍ୟପାଳଙ୍କୁ ଭେଟି ସରକାର ଗଢିବା ନେଇ ଦାବି କରିପାରନ୍ତି ବୋଲି ସୂଚନା ମିଳିଛି। ସିନ୍ଧେ ଗୋଆରୁ ମୁମ୍ବାଇରେ ପହଞ୍ଚିଥିଲେ। କେନ୍ଦ୍ର ପକ୍ଷରୁ ତାଙ୍କୁ ଜେଡ୍‌ ବର୍ଗର ସୁରକ୍ଷା ଯୋଗାଇ ଦିଆଯାଇଥିଲା।
ସୂଚନାନୁସାରେ,୨୦୧୯ ବିଧାନସଭା ନିର୍ବାଚନରେ ଭାଜପା ଶିବସେନା ଏକାଠି ନିର୍ବାଚନ ଲଢିଥିଲେ। ଏପରିକି ଜନସାଧାରଣ ଭାଜପା-ଶିବସେନା ଭୋଟ ଦେଇଥିଲେ। ସେତିକି ବେଳେ ଦଳ ପକ୍ଷରୁ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ତାହା ବର୍ତ୍ତମାନ ପାଳନ କରିବ ବୋଲି ବିଦ୍ରୋହୀ ସେନା କ୍ୟାମ୍ପର ମୁଖପାତ୍ର ଦୀପକ କେସରକର ପ୍ରକାଶ କରିଛନ୍ତି।

Share