Categories: ଜାତୀୟ

ଗାଡ଼ି ଅଟକାଇ ବୃଦ୍ଧ ଦମ୍ପତିଙ୍କ ନିକଟରେ ଭୂମିରେ ବସିଲେ ଶିନ୍ଦେ, ସୋସିଆଲ ମିଡ଼ିଆରେ ଭାଇରାଲ…

ମୁମ୍ବାଇ,୨୫।୬ : ଏକ ସରକାରୀ ଗାଡିରେ ସତାରାର ନିଜ ଗାଁ ଦରେରୁ ମୁମ୍ବାଇ ଫେରୁଥିବା ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ହଠାତ ଅଟକି ରହିଥିଲେ। କେହି କିଛି ବୁଝିବା ପୂର୍ବରୁ ସେ କାରରୁ ଓହ୍ଲାଇ ରାସ୍ତାରେ ବସିଥିବା ଏକ ବୃଦ୍ଧ ଦମ୍ପତିଙ୍କ ନିକଟକୁ ଯାଇ ତାଙ୍କ ପାଖରେ ବସିଥିଲେ। ବାସ୍ତବରେ ବୃଦ୍ଧ ଦମ୍ପତିଙ୍କ ବିଷୟରେ ଶିନ୍ଦେଙ୍କୁ ସୂଚନା ମିଳିଥିଲା। ସେ ତାଙ୍କ ମୁଖ୍ୟମନ୍ତ୍ରୀଙ୍କ ପଦ ପ୍ରତି କୌଣସି ଧ୍ୟାନ ନ ଦେଇ ଭୂମିରେ ବସିଥିଲେ। ଶିନ୍ଦେ ସେମାନଙ୍କ ସହ କଥା ହୋଇ ତାଙ୍କ ସମସ୍ୟା ପଚାରି ବୁଝିଥିଲେ।

ତୁରନ୍ତ ବୃଦ୍ଧ ଦମ୍ପତିଙ୍କୁ ଥଇଥାନ କରିବାକୁ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ବର୍ତ୍ତମାନ ଏହି କାର୍ଯ୍ୟ ଏବଂ ଏକନାଥ ଶିନ୍ଦେଙ୍କ ସମ୍ବେଦନଶୀଳତା ବିଷୟରେ ଆଲୋଚନା ଗାଁରେ ଆରମ୍ଭ ହେଉଛି। ଏହା ସହିତ ଶିନ୍ଦେ ବୃଦ୍ଧ ଦମ୍ପତ୍ତିଙ୍କ ନିକଟରେ ବସିଥିବାର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ପିପ୍ରିତାମ୍ବର ଭାଗଡବାଡି ଗାଁରେ ୭୫ ବର୍ଷ ବୟସ୍କ ଭିଠଲ ଧୋଣ୍ଡୁ ଗୋରେ ତାଙ୍କ ସ୍ତ୍ରୀଙ୍କ ସହିତ ସହ ରୁହନ୍ତି। ସେମାନଙ୍କର ଯତ୍ନ ନେବାକୁ କେହି ନ ଥିବାରୁ ସେମାନେ ଏକୁଟିଆ ରୁହନ୍ତି।

ଏହି ଦମ୍ପତି ଏକ ଖୋଲା ସ୍ଥାନରେ ରହୁଛନ୍ତି। ମୁଖ୍ୟମନ୍ତ୍ରୀ ଦମ୍ପତିଙ୍କୁ କହିଥିଲେ ବର୍ଷା ଋତୁରେ ଆପଣ କିପରି ଏପରି ଅବସ୍ଥାରେ ରହିପାରିବେ? ଯଦି ଆପଣ ଏଠାରେ ପରିବର୍ତ୍ତେ ଗାଁ ପାଖରେ ରୁହନ୍ତି ତେବେ ଭଲ ହେବ। ଯାହାଦ୍ୱାରା ଆପଣ ଯେତେବେଳେ ଆବଶ୍ୟକ କରିବେ ଉପଯୁକ୍ତ ସାହାଯ୍ୟ ପାଇପାରିବେ । ବୃଦ୍ଧ ଦମ୍ପତିଙ୍କୁ ଥଇଥାନ କରିବାକୁ ଜିଲା କଲେକ୍ଟର ଜିତେନ୍ଦ୍ର ଡୁଡିଙ୍କୁ ଶିନ୍ଦେ ନିର୍ଦ୍ଦେଶ ଦେଇଥିଲେ। ଏଭଳି କାର୍ଯ୍ୟ କରି ଶିନ୍ଦେ ବର୍ତ୍ତମାନ ଲୋକଙ୍କ ମଧ୍ୟରେ ନିଜ ପାଇଁ ଏକ ଅଲଗା ପରିଚୟ ସୃଷ୍ଟି କରୁଥିବା ଚର୍ଚ୍ଚା ହେଉଛି।

Share