ଅଭିନେତା ଶାଇନି ଆହୁଜାଙ୍କୁ ବମ୍ବେ ହାଇକୋର୍ଟରୁ ଆଶ୍ୱସ୍ତି

ବମ୍ବେ: ବଳାତ୍କାର ମାମଲାରେ ଅଭିନେତା ଶାଇନି ଆହୁଜାଙ୍କୁ ବମ୍ବେ ହାଇକୋର୍ଟ ପକ୍ଷରୁ ଆଶ୍ୱସ୍ତି ମିଳିଛି। କୋର୍ଟ ତାଙ୍କ ପାସପୋର୍ଟ ନବୀକରଣକୁ ବନ୍ଦ ନ କରିବାକୁ ଭାରତୀୟ ପାସପୋର୍ଟ ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି। ଛଅରୁ ଅଧିକ ସ୍ଥାନରେ ଏହାକୁ ନବୀକରଣ କରାଯାଇଛି ଏବଂ ଜାମିନର ସର୍ତ୍ତର ଉଲ୍ଲଂଘନ ହୋଇନାହିଁ। ଏହାକୁ ଦୃଷ୍ଟିରେ ରଖି କୋର୍ଟ ୧୦ ବର୍ଷ ପରେ ପାସପୋର୍ଟ ବୈଧ ରହିବାର ନିର୍ଦ୍ଦେଶ ଦେଇଛନ୍ତି।

‘ଭୁଲ ଭୁଲୈୟା’, ‘ଲମ୍‌ହେ’, ‘ଗ୍ୟାଙ୍ଗଷ୍ଟର: ଏ ଲଭ୍‌ଷ୍ଟୋରୀ’ ଭଳି ଅନେକ ଫିଲ୍ମରେ କାମ କରିଥିବା ଶାଇନି ନିଜ ଚାକରାଣୀକୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏନେଇ ୨୦୧୧ ମାର୍ଚ୍ଚ ୩୦ରେ ମୁମ୍ବାଇର ସେଶନ କୋର୍ଟ ଅଭିନେତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୭ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ପରେ ଶାଇନି ବମ୍ବେ ହାଇକୋର୍ଟରେ କୋର୍ଟ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ। ୨୦୧୧ ଏପ୍ରିଲ ୨୭ରେ ତାଙ୍କୁ ଜାମିନ ମିଳିଥିଲା।

Share