ରାଜକୋଟ,୧୫।୨: ଆଜିଠାରୁ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ପ୍ରଥମ ଇନିଂସରେ ମଧ୍ୟାହ୍ନ ଭୋଜନ ବିରତି ପର୍ଯ୍ୟନ୍ତ ୩ ଉଇକେଟ ହରାଇ ୯୩ ରନ ସଂଗ୍ରହ କରିଛି।
ବର୍ତ୍ତମାନ ରୋହିତ ଶର୍ମା ୫୨ ରନରେ ଅପରାଜିତ ଅଛନ୍ତି ଏବଂ ରବିନ୍ଦ୍ର ଜାଡେଜା ୨୪ ରନରେ ଅପରାଜିତ ଅଛନ୍ତି। ଚତୁର୍ଥ ଉଇକେଟ ପାଇଁ ଏପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ ୬୦ ରନ ଭାଗିଦାରୀ ହୋଇଛି। ଯଶସ୍ବୀ ଜୟସ୍ବାଲ (୧୦), ଶୁବମନ ଗିଲ (୦) ଏବଂ ରଜତ ପଟିଦାର (୫)ଙ୍କ ରୂପରେ ଟିମ ଇଣ୍ଡିଆ ତିନୋଟି ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ମାର୍କ ଉଡ ୨ଟି ଉଇକେଟ ଏବଂ ଟମ ହାର୍ଟଲେ ଗୋଟିଏ ଉଇକେଟ ନେଇଥିଲେ।
ଏହି ସିରିଜ ବର୍ତ୍ତମାନ ୧-୧ ରେ ବରାବର ହୋଇଛି।ହାଇଦ୍ରାବାଦରେ ଇଂଲଣ୍ଡ ପ୍ରଥମ ଟେଷ୍ଟ ଜିତିଥିଲା ଏବଂ ଭାରତୀୟ ଦଳ ବିଶାଖାପାଟନମରେ ଦ୍ୱିତୀୟ ଟେଷ୍ଟ ଜିତିଥିଲା। ବର୍ତ୍ତମାନ ତୃତୀୟ ଟେଷ୍ଟ ଜିତି ଟିମ ଇଣ୍ଡିଆ ସିରିଜରେ ଅଗ୍ରଣୀ ହେବାକୁ ବାହାରିଛି।