Advertisement

ଲକ୍‌ଡାଉନ୍‌ରେ ଏମିତି ବଦଳିଲା ଶ୍ରମିକଙ୍କ ଭାଗ୍ୟ

ଲକ୍‌ଡାଉନ୍‌ ପାଇଁ ରୋଜଗାର ଠାରୁ ଅର୍ଥ ବ୍ୟବସ୍ଥା ସବୁକିଛି ଏବେ ସଙ୍କଟରେ। ମାତ୍ର ଏହି ସମୟରେ ମଧ୍ୟପ୍ରଦେଶର ପନ୍ନାରେ ଜଣେ ଶ୍ରମିକଙ୍କ ଭାଗ୍ୟ ଖୋଲିଯାଇଛି। ଆନନ୍ଦୀ ଲାଲ କୁଶଓ୍ବାହା ନାମକ ଶ୍ରମିକ ଲକ୍‌ଡାଉନ୍‌ରେ ହୀରା ଖାଦନରେ କାମ କରୁଥିଲେ। ମଙ୍ଗଳବାର ସେ କାମ କରୁଥିବା ବେଳେ ୧୦.୬୯ କ୍ୟାରଟର ଏକ ହୀରା ପାଇଛନ୍ତି। ଯାହାର ମୂଲ୍ୟ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେବ। ଏକ ସପ୍ତାହ ପୂର୍ବରୁ ମଧ୍ୟ ସେ ଆଉ ଏକ ହୀରା ପାଇଥିଲେ। ମାତ୍ର ତାର ମୂଲ୍ୟ କମ୍‌ ଥିଲା। ଦୁଇଟିଯାକ ହୀରାକୁ ସେ ସରକାରକୁ ଦେଇଛନ୍ତି। ଜିଲା ହୀରା ଅଧିକାରୀ ଏସ୍‌ ଏମ୍‌ ପାଣ୍ଡେ କୁହନ୍ତି, ଏହି ହୀରାର ନିମାଲ ଡକାଯିବ। ଏଥିରୁ ଯେତିକି ଅର୍ଥ ମିଳିବ ଟ୍ୟାକ୍ଟ କାଟି ବାକି ସମସ୍ତ ଟଙ୍କା ଶ୍ରମିକଙ୍କୁ ଦିଆଯିବ।
ଏ ନେଇ ଆନନ୍ଦୀ ଲାଲ କୁହନ୍ତି, ବିଗତ ୬ ମାସ ହେଲା ସେ ଅନ୍ୟ ସାଥୀ ଶ୍ରମିକଙ୍କ ସହ ମିଶି ହୀରା ଖାଦନ କାମ କରୁଛନ୍ତି। ଭଗବାନଙ୍କ ଆଶୀର୍ବାଦରୁ ମତେ ହୀରା ମିଳିଛି। ଏଥିପାଇଁ ମୁଁ ବହୁତ ଖୁସି ଅଛି ବୋଲି ସେ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share