ସିଞ୍ଜୋ ଆବେଙ୍କୁ ବଞ୍ଚାଇବା ପାଇଁ କରାଯାଉଛି ଶତଚେଷ୍ଟା: ଜାପାନ ପ୍ରଧାନମନ୍ତ୍ରୀ

ଟୋକିଓ,୮।୭: ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଉପରେ ଗୁଳିମାଡ ଘଟଣାକୁ ନେଇ ଭାବପ୍ରବଣ ହୋଇପଡିଛନ୍ତି। ସେ କହିଛନ୍ତି, ସିଞ୍ଜୋ ଆବେଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର। ଡାକ୍ତରମାନେ ତାଙ୍କୁ ବଞ୍ଚାଇବା ପାଇଁ ସମସ୍ତ ପ୍ରୟାସ କରାଯାଉଛି। ଏହା ମଧ୍ୟ ଏକ ନିଷ୍ଠୁର ଆକ୍ରମଣ। ଏପରି କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ସିଞ୍ଜୋ ଆବେ ଶୁକ୍ରବାର ୧୧.୩୦ରେ ନାରା ସହରରେ କାଉନସିଲର ନିର୍ବାଚନ ପାଇଁ ଅଭିଭାଷଣ ପ୍ରଦାନ କରୁଥିବାବେଳେ ତାଙ୍କ ଉପରକୁ ପଛପଟୁ ଗୁଳିମାଡ ହୋଇଥିଲା। ଗୁଳିମାଡ ହେବାର ୧୫ ମିନିଟ ପରେ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହା ମାଧ୍ୟମରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେହି ସମୟରେ ତାଙ୍କର ହୃଦଘାତ ମଧ୍ୟ ହୋଇଛି। ୬୭ ବର୍ଷୀୟ ଆବେଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି।

Share