ଶ୍ରୀଲଙ୍କା ଜାହାଜରେ ନିଆଁ

ନୂଆଦିଲ୍ଲୀ, ୨୬।୫: ଶ୍ରୀଲଙ୍କା ରାଜଧାନୀ କଲମ୍ବୋ ଉପକୂଳରେ ଏମ୍‌ଭି ଏକ୍ସ-ପ୍ରେସ୍‌ ପର୍ଲରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଶ୍ରୀଲଙ୍କା କର୍ତ୍ତୃପକ୍ଷଙ୍କ ଅନୁରୋଧ କ୍ରମେ ଭାରତୀୟ ତଟରକ୍ଷା ବାହିନୀ (ଆଇସିଜି) ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛି। ସାମୁଦ୍ରିକ ପାଟ୍ରୋଲିଂରେ ନିୟୋଜିତ ଥିବା ଭାରତୀୟ ତଟରକ୍ଷା ବାହିନୀ ଜାହାଜ ବୈଭବକୁ ତୁରନ୍ତ ଘଟଣାସ୍ଥଳକୁ ପଠାଯାଇଥିବା ବେଳେ ଟୁଟିକୋରିନ୍‌ରୁ ଯାଇଥିବା ଅନ୍ୟତମ ଜାହାଜ ବଜ୍ର କଲମ୍ବୋ ଉପକୂଳରେ ପହଞ୍ଚିଛି। ପାଗ ଖରାପ ସତ୍ତ୍ୱେ ତଟରକ୍ଷା ବାହିନୀ ଦୁଃସାହସିକତାର ସହିତ ନିଆଁଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲା। ଏହା ବ୍ୟତୀତ ଆଇସିଜି ଜାହାଜ ସମୁଦ୍ର ପ୍ରହରିକୁ ମଧ୍ୟ ପଠାଯାଇଛି। ନିଆଁ ଲାଗିଥିବା ଏମ୍‌ଭି ଏକ୍ସ-ପ୍ରେସ୍‌ ପର୍ଲର ୧,୪୮୬ଟି ନାଇଟ୍ରିକ୍‌ ଏସିଡ୍‌ କଣ୍ଟେନର ଏବଂ ଅନ୍ୟାନ୍ୟ ବିପଜ୍ଜନକ ଆଇଏମ୍‌ଡିଜି କୋଡ ରସାୟନ ରହିଛି।

Share