ଯେଉଁଠି ଜାହାଜଙ୍କୁ ଦିଆଯାଏ କବର!

ଜନ୍ମ ପରେ ଏକମାତ୍ର ସତ୍ୟ ହେଉଛି ମୃତ୍ୟୁ। ଯିଏ ବି ଜନ୍ମ ହୋଇଛି ତା’ର ମୃତ୍ୟୁ ସୁନିଶ୍ଚିତ। ତେବେ ମଣିଷ, ଜୀବଜନ୍ତୁ କି ଉଦ୍ଭିଦର ମୃତ୍ୟୁ ବିଷୟରେ ଆପଣ ନିଶ୍ଚିତ ଶୁଣିଥିବେ। କେବେ ନିର୍ଜୀବ ବସ୍ତୁର ମୃତ୍ୟୁ କଥା ଶୁଣିଛନ୍ତି। ମଣିଷର ମୃତ୍ୟୁ ପରେ ପରିବାର ସ୍ବଜନ ତାଙ୍କୁ ଶ୍ମଶାନରେ ପୋଡିଥା’ନ୍ତି କିମ୍ବା କବରରେ ପୋତି ଦେଇଥା’ନ୍ତି। ଜାଣି ଆଶ୍ଚର୍ଯ୍ୟ ହେବେ ଆମେ ଆପଣଙ୍କୁ ଏପରି ଏକ ନିର୍ଜୀବ ବସ୍ତୁ ବିଷୟରେ କହିବୁ ଯାହାର ମୃତ୍ୟୁ ପରେ ସେମାନଙ୍କୁ କବର ଦିଆଯାଏ। ଇଂଲଣ୍ଡରେ ଏପରି ଏକ ସ୍ଥାନ ରହିଛି ଯେଉଁଠାରେ ଜାହାଜମାନଙ୍କର ମୃତ୍ୟୁ ପରେ କବର ଦିଆଯାଏ। ଏହି କାରଣରୁ ଏହି ସ୍ଥାନକୁ ‘ଜାହାଜର କବରସ୍ଥାନ’ ମଧ୍ୟ କୁହାଯାଏ।

ଇଂଲଣ୍ଡର ଗ୍ଲୁକେଷ୍ଟେରେଶେରର ସବର୍ନ ନଦୀ ନିକଟରେ ପର୍ଟନ ହଲ୍କସ ଅଛି। ଏହି ସ୍ଥାନଟି ଜାହାଜର କବରସ୍ଥାନ ଭାବରେ ପରିଚିତ। ପ୍ରାୟ ଡଜନ ଜାହାଜ ମୃତ ପ୍ରାୟ ଭାବେ ଏଠାରେ ପଡି ରହିଛନ୍ତି। ଏହି ସ୍ଥାନରେ ଏତେ ସଂଖ୍ୟକ ଜାହାଜ ଅଛି ଯେ ଏହା ଏକ ଶବଗୃହ ଭାବରେ ଦେଖାଯିବ। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ସ୍ଥାନରେ ଥିବା ସମସ୍ତ ଜାହାଜ ଏବେ ପଥରରେ ପରିଣତ ହୋଇଯାଇଛନ୍ତି।

ପ୍ରାୟ ୨୦୦ ବର୍ଷ ପୂର୍ବେ, ସବର୍ନ ନଦୀର ଏକ ବିପଦପୂର୍ଣ୍ଣ ଭାଗକୁ ପାର କରିବା ପାଇଁ ଗ୍ଲୁକେଷ୍ଟେରେଶେର ଓ ଶାର୍ପନିସ ନାମକ ଦୁଇଟି ଅଞ୍ଚଳ ମଧ୍ୟରେ ଏକ କେନାଲ ଖୋଳା ଯାଇଥିଲା। ୧୮୨୭ ମସିହାରେ ଖୋଳା ହୋଇଥିବା ଏହି କେନାଲର ମୋଟେଇ ପ୍ରାୟ ୨୬ ମିଟର ଥିଲା। ଏହା ପ୍ରାୟ ୫.୫ ମିଟର ଗଭୀର ଥିଲା। ଏଥିରେ ପ୍ରାୟ ୬୦୦ ଟନ ଓଜନର ଜାହାଜ ରହିପାରୁଥିଲା। ଆମ୍ୟୁଜିଂ ପ୍ଲାନେଟ ୱେବସାଇଟ ରିପୋର୍ଟ ଅନୁଯାୟୀ ୧୯୦୯ମସିହାରେ, ନଦୀର ସେହି କୂଳ ସମ୍ପୂର୍ଣ୍ଣ ଧୋଇ ହୋଇଗଲା। ଏହି ସମସ୍ୟାର ସମାଧାନ ପାଇଁ କେନାଲ ନିର୍ମାଣକାରୀ କମ୍ପାନୀର ମୁଖ୍ୟ ଇଞ୍ଜିନିୟର ଏଜେ କୁଲିସ ଏକ ଯୋଜନା ପ୍ରସ୍ତୁତ କରିଥିଲେ। ପୁରୁଣା ଜଳ ଜାହାଜଗୁଡ଼ିକୁ ନଦୀ କୂଳରେ ରଖିବା ପାଇଁ ସେ ପରାମର୍ଶ ଦେଇଥିଲେ। ଯାହା ଦ୍ୱାରା କେନାଲ ଏବଂ ନଦୀ ମଧ୍ୟରେ ଥିବା ଛୋଟ ଜମିକୁ ବନ୍ୟା ପରିସ୍ଥିତିରୁ ରକ୍ଷା କରାଯାଇପାରିବ। ଜାହାଜକୁ ରଖିବା ଦ୍ୱାରା ବନ୍ୟା ଜଳ ସ୍ଥଳଭାଗକୁ ଆସିବ ନାହିଁ ଏବଂ ଜମି ସୁରକ୍ଷିତ ରହିବ।

ପରେ ସାର୍ପନେସ ଡକ୍‌ରୁ ଡଜନେ ପୁରୁଣା ଜାହାଜକୁ ଅଣାଗଲା। ସେମାନଙ୍କୁ ନଦୀ କୂଳରେ ଏପରି ରଖାଯାଇଥିଲା ଯେପରି ସ୍ଥଳଭାଗକୁ ପାଣି ଆସିବ ପାରିବ ନାହିଁ। ଜାହାଜଗୁଡିକରେ ଛିଦ୍ର ତିଆରି କରାଯାଇଥିଲା ଯାହା ଦ୍ୱାରା ବନ୍ୟା ଜଳରେ ଆସୁଥିବା ମାଟି ଜାହାଜରେ ଜମା ହୋଇଯିବ। ଏହାଦ୍ୱାରା ଜାହାଜଗୁଡ଼ିକ ଭାରୀ ହୋଇଯିବ। ଏବଂ ସେମାନେ ଜଳପ୍ରବାହକୁ ରୋକିବା ସହ ଭାସିଯିବେ ନାହିଁ। ଧିରେ ଧିରେ ଜାହାଜଗୁଡିକରେ ମାଟି ଜମି କଠିନ ହୋଇଗଲା। ବର୍ତ୍ତମାନ ସେହି ଜାହାଜଗୁଡ଼ିକ ଦୀର୍ଘ ବର୍ଷ ଧରି ସେହି ସ୍ଥାନରେ ଠିଆ ହୋଇଛନ୍ତି। ମାଟି ଜମି ସେଗୁଡିକ ଏପରି ହୋଇଯାଇଛନ୍ତି କି ଯିଏବି ଦେଖିବ ସେଗୁଡିକୁ ପାହାଡ କିମ୍ବା କଠିନ ଚଟାଣ ବୋଲି କହିବ। ସବର୍ନ ନଦୀ କୂଳରେ ବର୍ତ୍ତମାନ ପ୍ରାୟ ୮୦ଟି ଜାହାଜ ମୃତପ୍ରାୟ ଅବସ୍ଥାରେ ରହିଛନ୍ତି। ଯେଉଁଥି ପାଇଁ ସେହି ସ୍ଥାନକୁ ଜାହାଜର କବର ସ୍ଥାନ ବୋଲି କୁହାଯାଉଛି। ବୈଜ୍ଞାନିକଙ୍କନୁସାରେ ସେଠାରେ ଥିବା ଅଧିକାଂଶ ଜାହାଜ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ନିର୍ମିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧରେ ଘରଦ୍ୱାର ହରାଇ ସ୍କୁଲ୍‌ରେ ନେଇଥିଲେ ଆଶ୍ରୟ: ଇସ୍ରାଏଲ୍‌ କଲା ବୋମାମାଡ଼

ଗାଜା ସିଟି,୨୧ା୯: ଯୁଦ୍ଧରେ ଘରଦ୍ୱାର ହରାଇ ପାଲେଷ୍ଟିନୀୟମାନେ ଗାଜା ସିଟିର ଏକ ସ୍କୁଲ୍‌ରେ ଆଶ୍ରୟ ନେଇଥିବାବେଳେ ସେଠାରେ ଇସ୍ରାଏଲ୍‌ ବୋମାମାଡ଼ କରିଛି। ଏଥିରେ ଅନୂ୍ୟନ ୨୧...

ଆଧାର କାର୍ଡରେ କାହିଁକି ହସନ୍ତିନି ଲୋକ, ଜଣାପଡିଲା ବଡ଼ କାରଣ…

ଭାରତରେ ରହୁଥିବା ପ୍ରତ୍ୟେକ ନାଗରିକଙ୍କ ପାଖରେ ଆଧାର କାର୍ଡ ରହିବା ଆବଶ୍ୟକ । ଅନେକଙ୍କର ପାଖରେ ପାନ୍‌ ଓ ପାସପୋର୍ଟ ମଧ୍ୟ ଅଛି । ଭାରତରେ,...

ଆମେରିକାରେ ଭାରତୀୟ ଦୂତାବାସରେ ଜଣେ ଅଧିକାରୀଙ୍କ ରହସ୍ୟଜନକ ମୃତଦେହ ଉଦ୍ଧାର, ଦେଶରେ ଚହଳ

ଓ୍ବାଶିଂଟନ୍‌,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତିନି ଦିନିଆ ଆମେରିକା ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ସେ ବାର୍ଷିକ ‘କ୍ୱାଡ’ ଶିଖର ସମ୍ମିଳନୀରେ ଯୋଗଦେବେ...

‘ଆପଣଙ୍କ କାର ମୋ ମା’ଙ୍କ ଘର ସହ ସମାନ’, ମୋଦିଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଓବାମା

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତିନି ଦିନିଆ ଆମେରିକା ଗସ୍ତରେ ଯାଇଛନ୍ତି। ଯେଉଁଠାରେ ସେ ଆମେରିକାର ଡେଲାୱେରରେ ଅନୁଷ୍ଠିତ ହେବାକୁ ଥିବା କ୍ୱାଡ ବୈଠକରେ...

ଲେବାନନ ଆକ୍ରମଣକୁ ନେଇ ଚର୍ଚ୍ଚାରେ ମିଷ୍ଟ୍ରି ଗର୍ଲ!

ଜେରୁଜେଲମ,୨୧।୯: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଲେବାନନରେ ପେଜର୍‌ ଆକ୍ରମଣ ସାରା ବିଶ୍ୱରେ ଆଲୋଚନା ହେଉଛି। ଏହି ଆକ୍ରମଣ ସହ ଜଡିତ ଅନେକ ତଥ୍ୟ ସାମ୍ନାକୁ ଆସୁଛି।...

ମନ୍ଦିର ମାଳିନୀ ଭୁବନେଶ୍ୱର

ପୁରାଣ ପ୍ରସିଦ୍ଧ ଏକାମ୍ର କ୍ଷେତ୍ର ଭୁବନେଶ୍ୱରକୁ ଓଡ଼ିଶାର ରାଜଧାନୀ କରିବା ପାଇଁ ୧୯୪୮ ଏପ୍ରିଲ ୧୩ରେ ଶିଳାନ୍ୟାସ କରାଯାଇଥିଲା। ଏହାପରଠାରୁ ଧୀରେ ଧୀରେ ଏହା ଦେଶର...

୫୮ ପୁରୁଷଙ୍କ ସହ ସମ୍ପର୍କ ରଖି ଫସିଲେ ଚାଇନାର ‘ବିୟୁଟିଫୁଲ ଗଭର୍ନର’

ବେଜିଂ,୨୧।୯: ଦକ୍ଷିଣ-ପଶ୍ଚିମ ଚାଇନାର ଜଣେ ମହିଳାଙ୍କୁ ୧୩ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ଏବଂ ଅସଦାଚରଣ ପାଇଁ ଏକ ମିଲିୟନ ୟୁଆନ ଅର୍ଥାତ୍‌ ୧୮୩୦୦୦ ଆମେରିକୀୟ...

ଶ୍ରୀଲଙ୍କାରେ ଆଜି ରାଷ୍ଟ୍ରପତି ନିର୍ବାଚନ, ନାହାଁନ୍ତି ଜଣେ ବି ମହିଳା ପ୍ରାର୍ଥୀ

କଲମ୍ବୋ,୨୧।୯: ଶ୍ରୀଲଙ୍କାରେ ରାଷ୍ଟ୍ରପତି ପଦ ପାଇଁ ମତଦାନ ଶନିବାର ଅନୁଷ୍ଠିତ ହୋଇଛି। ଶ୍ରୀଲଙ୍କାର ରାଷ୍ଟ୍ରପତି ନିର୍ବାଚନ ଉପରେ ଭାରତ ସମେତ ବିଶ୍ୱର ନଜର ରହିଛି। ୨୦୨୨ରେ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri