ସୁଏଜ୍‌ କେନାଲରେ ଜାହାଜ ଅଚଳ

କାଇରୋ,୨।୨ : ତରଳୀକୃତ ପ୍ରାକୃତିକ ବାଷ୍ପ (ଏଲ୍‌ଏନ୍‌ଜି) ପରିବହନ କରୁଥିବା ଏକ ଜାହାଜ ବୁଧବାର ସୁଏଜ୍‌ କେନାଲରେ ଅଚଳ ହୋଇଯାଇଛି। ତେବେ ଏଥିପାଇଁ ବିଶ୍ୱର ଦ୍ୱାର ଭାବେ ପରିଚିତ ସୁଏଜ୍‌ କେନାଲରେ ଜାହାଜ ଚଳାଚଳ ବାଧାପ୍ର୍ରାପ୍ତ ହୋଇନାହିଁ। ବାହାମାସ୍‌ର ଏହି ଜାହାଜ ରୁଡର ଅଚଳ ହୋଇପଡ଼ିଥିଲା। ଟଗ୍‌ବୋଟ୍‌ଗୁଡ଼ିକ ଏହାକୁ ଟାଣି କେନାଲର ଗୋଟିଏ ପାର୍ଶ୍ୱକୁ ନେଇଯାଇଛନ୍ତି। ଫଳରେ ଅନ୍ୟ ଜାହାଜ ଚଳାଚଳ ପ୍ରଭାବିତ ହୋଇନାହିଁ। ଅଚଳ ହୋଇପଡ଼ିଥିବା ଗ୍ରେସ୍‌ ଏମିଲିଆ ନାମକ ଜାହାଜର ଲମ୍ବ ୨୭୯ ମିଟର ହୋଇଥିବାବେଳେ ପ୍ରସ୍ଥ ୪୬ ମିଟର। ଏହାର ମାଲ୍‌ ପରିବହନ କ୍ଷମତା ୧,୭୪,୦୦୦ ଘନମିଟର।

Share