Categories: ଜାତୀୟ

ଖୋଲିବ ଶିରିଡ଼ି ସାଇବାବାଙ୍କ ମନ୍ଦିର

ନୂଆଦିଲ୍ଲୀ,୬।୧୦: ବହୁଦିନ ପରେ ସାଇବାବାଙ୍କ ଭକ୍ତ ମାନଙ୍କ ପାଇଁ ଏକ ଖୁସି ଖବର। କାଲିଠାରୁ ଖୋଲିବ ଶିରିଡ଼ି ସାଇବାବାଙ୍କ ମନ୍ଦିର । ଏ ନେଇ ସୂଚନା ଦେଇଛନ୍ତି ମନ୍ଦିର ଟ୍ରଷ୍ଟର ସିଇଓ ଭାଗ୍ୟଶ୍ରୀ ବିନାୟତ।
ଗାଇଡଲାଇନ୍‌ ଅନୁସାରେ ପ୍ରତିଦିନ ୧୫,୦୦୦ ଭକ୍ତ ଦର୍ଶନ କରିପାରିବେ।ଘଣ୍ଟାକୁ ୧୧୫୦ ଭକ୍ତ ଦର୍ଶନ କରିବା ସହ ୯୦ଜଣ ଆଳତି ସମୟରେ ଉପସ୍ଥିତ ରହିପାରିବେ। କରୋନାକୁ ଦୃଷ୍ଟିରେ ରଖି ମାସ୍କ ବାଧ୍ୟତାମୂଳକ କରାଯାଇଛି। ଦର୍ଶନ ସମୟରେ ୨ ନଂ ଗେଟ୍‌ ଓ ପ୍ରସ୍ଥାନ ବେଳେ ୪ ଓ ୫ନଂ ଗେଟ୍‌ ଖୋଲାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

Share