Categories: ଫୁରସତ

୩୪ ବର୍ଷ ବୟସରେ ଜେଜେ ମା’ ହେଲେ ଶିର୍ଲି

ସିଙ୍ଗାପୁର: ସିଙ୍ଗାପୁରର ଶିର୍ଲି ଲିଙ୍ଗ୍‌ ନାମ୍ନୀ ଜଣେ ମହିଳା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ମାତ୍ର ୩୪ ବର୍ଷ ବୟସରେ ଜେଜେ ମା’ ହୋଇଛନ୍ତି। ତାଙ୍କର ୧୭ ବର୍ଷୀୟ ପୁଅଙ୍କ ଏକ ଶିଶୁ ଜନ୍ମ ହୋଇଛି। ସିଙ୍ଗାପୁରରେ ଚିକେନ୍‌ ହଟପଟ୍‌ ନାମକ ଏକ ରେଷ୍ଟୁରାଣ୍ଟ ଚଳାଉଥିବା ଶିର୍ଲି ୩ ଥର ବିବାହ କରିଥିବା ବେଳେ ତାଙ୍କର ୫ ଜଣ ସନ୍ତାନ ରହିଛନ୍ତି। ମାତ୍ର ୧୭ ବର୍ଷ ବୟସରେ ଶିର୍ଲିଙ୍କର ପ୍ରଥମ ସନ୍ତାନ ଜନ୍ମ ହୋଇଥିଲେ। ଏନେଇ ଏକ ଇନ୍‌ଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ନିଜ ଫଲୋଅର୍ସଙ୍କୁ ସୂଚନା ଦେଇଛନ୍ତି। ଏତେ କମ୍‌ ବୟସରେ ଜେଜେ ମା’ ହେବାର ଅନୁଭୂତିକୁ ସେ ଏହି ପୋଷ୍ଟରେ ବଖାଣିଛନ୍ତି।

Share