Categories: ଖେଳ

କୋହଲି-ରୋହିତଙ୍କ ମଧ୍ୟରେ ଯାହା ଚାଲିଛି ତାହା ଦୁଃଖଦ: ନେହେରା

ନୂଆଦିଲ୍ଲୀ,୨୭।୧୧: ଗୋଟିଏ ପଟେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଏକଦିବସୀୟ କ୍ରିକେଟ ସିରିଜ୍‌ ଆରମ୍ଭ ହୋଇଥିବା ବେଳେ ଅନ୍ୟପକ୍ଷେ ରୋହିତ ଶର୍ମାଙ୍କୁ ନେଇ ବୟାନବାଜି ଜାରି ରହିଛି। ଅଷ୍ଟ୍ରେଲିଆ ପାଇଁ ଚୟନ କରାଯାଇଥିବା ଖେଳାଳି ତାଲିକାରେ ରୋହିତଙ୍କ ନାମ ନ ଥିବାରୁ ପ୍ରଶଂସକଙ୍କୁ ଝଟକା ଲାଗିଥିଲା। ଏହାପଛରେ କ’ଣ କାରଣ ରହିଛି ତାହାକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏବେ ଅଧିନାୟକ ବିରାଟ କୋହଲି ରୋହିତଙ୍କ ନ ଆସିବା ବିଷୟରେ କିଛି ଜାଣି ନ ଥିବା କହିଛନ୍ତି। ଏହା ଅନେକଙ୍କୁ ଚକିତ କରିଥିବା ବେଳେ ବିସିସିଆଇର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଛନ୍ତି।

ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ପୂର୍ବ ଭାରତୀୟ କ୍ରିକେଟର ଆଶିଷ ନେହେରା କହିଛନ୍ତି, ସମସ୍ତଙ୍କ ଭଳି ମୁଁ ବି ଆଶ୍ଚର୍ଯ୍ୟ। ଏହି କଥା ନିରାଶଜନକ। ଏଥିରୁ ଦଳର ସଦସ୍ୟମାନଙ୍କ ମଧ୍ୟରେ ମନୋମାଳିନ୍ୟ ସ୍ପଷ୍ଟ ହେଉଛି। ବିଶେଷକରି ଅଧିନାୟକ- ଉପଅଧିନାୟକଙ୍କ ମଧ୍ୟରେ କଥାବାର୍ତ୍ତା ହେଉନାହିଁ। ଆଜିକାଲିର ସମୟରେ ଏଭଳି ହେବା ଠିକ୍‌ ନୁହେଁ। ଆପଣଙ୍କ ପାଇଁ ବହୁତ ପ୍ରଣାଳୀ ଉପଲବ୍ଧ ରହିଛି। ଏହି ସମ୍ବନ୍ଧରେ ବ୍ୟକ୍ତିଙ୍କୁ ସୂଚନା ଦିଆଯିବା କଥା। ଚୟନକର୍ତ୍ତା, ରବି ଶାସ୍ତ୍ରୀ ଏବଂ କୋହଲୀ-ରୋହିତଙ୍କୁ ଆଇପିଏଲ୍‌ ସମୟରେ କଥାବାର୍ତ୍ତା କରିବା ଉଚିତ ଥିଲା। ଏହାଦ୍ୱାରା ସବୁକିଛିର ସମାଧାନ ହୋଇପାରିଥାନ୍ତା।

Share