ବିଜେଡିରୁ ଇସ୍ତଫା ଦେଲେ ଡମ୍ବରୁ ଶିଶା

ମାଲକାନଗିରି,୨୯ା୩(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ଚିତ୍ରକୋଣ୍ଡା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଡମ୍ବରୁ ଶିଶା ବିଜୁ ଜନତା ଦଳର ଜଣେ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରି ଆସୁଥିଲେ। ଗୁରୁବାର ସେ ବିଜେଡି ପ୍ରାଥମିକ ସଦସ୍ୟ ପଦବୀରୁ ଇସ୍ତଫା ଦେଇଛନ୍ତି। ସେ ରାଜ୍ୟ ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଇସ୍ତଫାପତ୍ର ପଠାଇଥିବା ଚିଠି ମାଧ୍ୟମରେ ଜଣାଇଛନ୍ତି। ପ୍ରକାଶଯେ, ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ଶିଶା ଚିତ୍ରକୋଣ୍ଡା ନିର୍ବାଚନମଣ୍ଡଳୀର ବିଧାୟକ ଥିଲେ। ଏଥିସହ ସେ ଦୀର୍ଘ ୧୬ ବର୍ଷ ହେଲା ବିଜୁ ଜନତା ଦଳରେ ଜଣେ ସଦସ୍ୟ ଭାବେ ନିଜର କର୍ତ୍ତବ୍ୟ ସୁଚାରୁ ରୂପେ ତୁଲାଇ ଆସୁଥିଲେ। ସେ କେତେକ ବ୍ୟକ୍ତିଗତ ସମସ୍ୟା ଯୋଗୁ ଇସ୍ତଫା ଦେଇଥିବା ସୂଚନା ଦେଇଛନ୍ତି।

Share