
ବ୍ରହ୍ମପୁର,୧୩ା୪(ନରସିଂହ ସାହୁ): ଗୋପାଳପୁର ବିଧାୟକ ତଥା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ବ୍ରହ୍ମପୁର ମହାନଗର ନିଗମ (ବିଇଏମସି)ର ପ୍ରତିନିଧି ରୂପେ ଶିବ ଶଙ୍କର ନାୟକ ନିଯୁକ୍ତ ହୋଇଛନ୍ତି । ଶିବ ଗଞ୍ଜାମ ସାଙ୍ଗଠନିକ ଜିଲା ଭାଜପା ଯୁବମୋର୍ଚ୍ଚା ସଭାପତି ଅଛନ୍ତି। ମନ୍ତ୍ରୀଙ୍କ ନିଯୁକ୍ତି ପତ୍ର ଶନିବାର ନିଗମର କମିଶନରଙ୍କୁ ଦେଇଛନ୍ତି। ସୂଚନାଯୋଗ୍ୟ ଶିବଙ୍କ ମାଆ ସାବିତ୍ରୀ ନାୟକ ମହାନଗର ନିଗମର ୩୯ନଂ ୱାର୍ଡରୁ ଭାଜପା କର୍ପୋରେଟର ଅଛନ୍ତି।