ମୁମ୍ବାଇ: ବଲିଉଡ ଜଗତ ପାଇଁ ସୋମବାର ଏକ ଦୁଃଖଦ ଖବର । ବଲିଉଡ ଜଗତର ଜଣେ ନାଁ କରା ଅଭିନେତା ଶିବ କୁମାର ସୁବ୍ରମଣ୍ୟମଙ୍କର ପରଲୋକ ହୋଇଛି । ଶେଷଥର ପାଇଁ ସେ ଫିଲ୍ମ ‘ମିନାକ୍ଷି ସୁନ୍ଦରେଶ୍ୱର’ରେ ନଜର ଆସିଥିଲେ । ଏହି ଫିଲ୍ମ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ୍ ହୋଇଥିଲା । ମେକର ବିଣା ସରୱର ଟୁଇଟ କରି ଶିବ କୁମାର ସୁବ୍ରମଣ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ବୀଣା ସରୱର ଟୁଇଟରେ ଲେଖିଛନ୍ତି, ବହୁତ ଦୁଃଖର ଖବର, ପୁଅ ଜହାନଙ୍କ ମୃତ୍ୟୁର ଠିକ୍ ୨ ମାସ ପରେ ଶିବ କୁମାରଙ୍କ ପରଲୋକ ହୋଇଯାଇଛି । ତାଙ୍କ ପୁଅ ଜହାନ ବ୍ରେନ ଟ୍ୟୁମରେ ପୀଡିତ ଥିଲେ । ତେବେ ପୁଅକୁ ହରାଇ ଭାଙ୍ଗି ପଡିଥିଲେ ଶିବ କୁମାର । ତାଙ୍କର ଅନ୍ତିମ ସସ୍ତାର ୧୧ ଏପ୍ରିଲ, ସୋମବାର ମୋକ୍ଷଧାମ ହିନ୍ଦୁ ଶ୍ମଶାନ ଭୂମୀରେ କରାଯିବ । ଶିବ କୁମାର ସୁବ୍ରମଣ୍ୟମଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ସେଲିବ୍ରିଟିମାନେ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି । ଶିବ କୁମାର ସୁବ୍ରମଣ୍ୟମ ଫିଲ୍ମ ୨ ଷ୍ଟେଟସ୍, ତିନ ପତ୍ନୀ, ପ୍ରହାର ଓ ରାଣୀ ମୁଖାର୍ଜୀ ଷ୍ଟାରର ‘ହିଚକି’ରେ ନଜର ଆସିଥିଲେ । ଏହା ବ୍ୟତୀତ ତାଙ୍କୁ କେତେ ଗୁଡିଏ ଟେଲିଭିଜନ ଧାରାବାହିକରେ ବି ଦେଖିବାକୁ ମିଳିଥିଲା ।