Categories: ଖେଳ

ଶିବ ପ୍ରସାଦ ଭାରତ ‘ଏ’ ଦଳର ମ୍ୟାନେଜର

ଭୁବନେଶ୍ୱର, ୮।୬ (କ୍ରୀଡ଼ା ପ୍ରତିନିଧି): ହଂକଂଠାରେ ଏସିସି ଇମର୍ଜିଂ ମହିଳା ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟ ଚଳିତ ମାସ ୧୩ ତାରିଖରୁ ଆରମ୍ଭ ହେବ। ଏଥିରେ ଅଂଶଗ୍ରହଣ କରିବାକୁ ଯାଉଥିବା ଭାରତ ‘ଏ’ ଦଳର ମ୍ୟାନେଜର ଭାବେ ଓଡ଼ିଶାର ଶିବ ପ୍ରସାଦ ତ୍ରିପାଠୀଙ୍କୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ନିଯୁକ୍ତ କରିଛି। ଗ୍ରୁପ୍‌ ‘ଏ’ରେ ଭାରତ ‘ଏ’ ବ୍ୟତୀତ ହଂକଂ ‘ଏ’, ଥାଇଲାଣ୍ଡ ‘ଏ’ ଓ ପାକିସ୍ତାନ ‘ଏ’ ସ୍ଥାନ ପାଇଛନ୍ତି।

Share