Posted inଜାତୀୟ

ଶିନ୍ଦେ ଶିବିରରେ ୧୨ ରାଜ୍ୟର ଶିବସେନା ମୁଖ୍ୟ

ମୁମ୍ବାଇ,୧୭।୯: ଶିବସେନା କାହାର ଏହାକୁ ନେଇ ସର୍ବୋଚ୍ଚ ଅଦାଲତରେ ମାମଲା ବିଚାରାଧୀନ ଥିବାବେଳେ ୧୫ ରାଜ୍ୟର ଶିବସେନା ସଭାପତିଙ୍କ ମଧ୍ୟରୁ ୧୨ ଜଣ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ କ୍ୟାମ୍ପରେ ସାମିଲ ହୋଇଛନ୍ତି। ଫଳରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ଶକ୍ତ ଧକ୍କା ହୋଇଛି। ଗୁରୁବାର ୧୨ ରାଜ୍ୟର ଶିବସେନା ମୁଖ୍ୟ ସିନ୍ଦେଙ୍କ ଶିବିରରେ ଏକ ବୈଠକରେ ଯୋଗଦେଇଥିଲେ। ସେମାନଙ୍କ ରାଜ୍ୟରେ ଦଳୀୟ ସଂଗଠନ ବଢ଼ାଇବା ପାଇଁ ସମସ୍ତ ସହାୟତା ଯୋଗାଇଦେବାକୁ ଶିନ୍ଦେ ସେମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଶିନ୍ଦେଙ୍କୁ ସମର୍ଥନ ଜଣାଇଥିବା ନେତାଙ୍କ ମଧ୍ୟରେ ଅଛନ୍ତି ଦିଲ୍ଲୀର ଶିବସେନା ସଭାପତି ସନ୍ଦିପ୍‌ ଚୌଧରୀ, ମଣିପୁର ସଭାପତି ଟୋମ୍ବି ସିଂ, ମଧ୍ୟପ୍ରଦେଶ ସଭାପତି ଥାଡେଶ୍ୱର ମହାଓ୍ବାର, ଛତିଶଗଡ଼ ସଭାପତି ଧନଞ୍ଜୟ ପରିହାର, ଗୁଜରାଟ ସଭାପତି ଏସ୍‌.ଆର୍‌. ପାଟିଲ, ରାଜସ୍ଥାନ ସଭାପତି ଲଖନ ସିଂ ପାଓ୍ବାର, ହାଇଦ୍ରାବାଦ ମୁଖ୍ୟ ମୁରାରୀ ଆନ୍ନା, ଗୋଆ ମୁଖ୍ୟ ଜିତେଶ କାମାତ, କର୍ନାଟକ ସଭାପତି କୁମାର ଏ. ହକାରି, ପଶ୍ଚିମବଙ୍ଗ ସଭାପତି ଶାନ୍ତି ଦତ୍ତ, ଓଡ଼ିଶା ରାଜ୍ୟ ପ୍ରଭାରୀ ଜ୍ୟୋତିଶ୍ରୀ ପ୍ରସନ୍ନ କୁମାର, ତ୍ରିପୁରା ଶିବସେନା ପ୍ରଭାରୀ ବରିଭାଦେବ ନାଥ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ପହଞ୍ଚିଲେ ମୋଦି, ବିମାନବନ୍ଦରରେ କରାଗଲା ଭବ୍ୟ ସ୍ବାଗତ

ଭୁବନେଶ୍ୱର,୨୯ା୧୧: ଶୁକ୍ରବାର ଅପରାହ୍ନରେ ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ଆସି ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ୩ ଦିନିଆ ଓଡ଼ିଶା ଗସ୍ତରେ...

ଚିରାଗ ପାସଓ୍ବାନଙ୍କ ବଡ଼ ହୃଦୟ, ଦୁର୍ଘଟଣାରେ ଆହତ ଯୁବକଙ୍କୁ ନିଜ ଗାଡ଼ିରେ ନେଇଗଲେ ହସ୍ପିଟାଲ

ହାଜିପୁର,୨୯।୧୧: କେନ୍ଦ୍ର ମନ୍ତ୍ରୀ ଚିରାଗ ପାସୱାନ ପାଟନା ଠାରୁ ଦରଭଙ୍ଗା ଯାଉଥିଲେ। ଏହି ସମୟରେ ହାଜିପୁର-ମୁଜାଫରପୁର ଏନଏଚ-୨୨ରେ ସରାୟ ପୋଲିସ ଷ୍ଟେଶନର ମାନସପୁର ଗ୍ରାମ ନିକଟରେ...

ଶିନ୍ଦେ ହେବେ କେନ୍ଦ୍ର ମନ୍ତ୍ରୀ! ଉପ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଚିତ୍ର ସ୍ପଷ୍ଟ କଲେ ଶିବସେନା ନେତା

ମୁମ୍ବାଇ,୨୯।୧୧: ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ବୃଦ୍ଧି ପାଉଛି। ମହାୟୁତିରେ ମୁଖ୍ୟମନ୍ତ୍ରୀ ଉପରେ ଆଲୋଚନା ପରେ ବର୍ତ୍ତମାନ ମନ୍ତ୍ରଣାଳୟକୁ ନେଇ ଏକ ସମସ୍ୟା ଦେଖାଦେଇଛି। ମହାୟୁତି, ଦେବେନ୍ଦ୍ର...

ବସ୍‌ ଦୁର୍ଘଟଣାରେ ଚାଲିଗଲା ୧୦ ଜୀବନ, ୩୦ ଆହତ

ମୁମ୍ବାଇ,୨୯ା୧୧: ମହାରାଷ୍ଟ୍ରର ଗୋଣ୍ଡିଆରେ ଏକ ଭୟଙ୍କର ବସ୍‌ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩୦ ଜଣ ଆହତ ହୋଇଛନ୍ତି। ଏହି...

ମହାରାଷ୍ଟ୍ରରେ ବଦଳିଯିବ ନିର୍ବାଚନ ଫଳାଫଳର ଚିତ୍ର! କଂଗ୍ରେସ କରିଦେଲା ଏମିତି କାମ

ନୂଆଦିଲ୍ଲୀ,୨୯।୧୧: କଂଗ୍ରେସ ଶୁକ୍ରବାର ନିକଟରେ ଆୟୋଜିତ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଭୋଟ ଏବଂ ଗଣନା ପ୍ରକ୍ରିୟାରେ ଗୁରୁତର ଅନିୟମିତତା ଅଭିଯୋଗ କରି ନିର୍ବାଚନ ଆୟୋଗଙ୍କୁ ଏକ...

ପାକିସ୍ତାନ ଏକ୍ସପର୍ଟଙ୍କ ବଡ଼ ଭବିଷ୍ୟବାଣୀ, କହିଲେ ୨୦୩୪ ପର୍ଯ୍ୟନ୍ତ ମୋଦି ରହିବେ…

ଇସଲାମାବାଦ/ନୂଆଦିଲ୍ଲୀ,୨୯।୧୧: ଭାରତୀୟ ରାଜନୀତି ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ପାକିସ୍ତାନୀ ବିଶେଷଜ୍ଞ କମର ଚିମା ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି ଯେ...

ମହାରାଷ୍ଟ୍ରରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବାତିଲ, ଗାଁ’କୁ ପଳାଇଲେ ଏକନାଥ ସିନ୍ଦେ

ନୂଆଦିଲ୍ଲୀ,୨୯।୧୧: ମହାରାଷ୍ଟ୍ରର ଭାଜପା ନେତୃତ୍ୱାଧୀନ ସହଯୋଗୀ ବା ମହାୟୁତି, ଦେବେନ୍ଦ୍ର ଫଡନାଭିସ୍, ଏକନାଥ ସିନ୍ଦେ ଏବଂ ଅଜିତ ପାୱାର ଗତ ସନ୍ଧ୍ୟାରେ ଦିଲ୍ଲୀରେ ଅମିତ ଶାହାଙ୍କୁ...

ମିଶନ ୨୦୨୫ ପାଇଁ ନୀତୀଶଙ୍କ ସ୍ପେଶାଲ ପ୍ଲାନ

ପାଟନା,୨୯।୧୧: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁଣି ଥରେ ବିହାର ବିହାର ଯାତ୍ରାରେ ବାହାରିବାକୁ ଯାଉଛନ୍ତି। ଏଥର ଏହି ଯାତ୍ରା ନିର୍ବାଚନ ବର୍ଷରେ ହେବାକୁ ଯାଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri