Categories: ଜାତୀୟ

କରୋନା ସଙ୍କଟ ମଧ୍ୟରେ ଟିକାକୁ ନେଇ ରାଜନୀତି କରୁଛି ଭାଜପା: ଉଦ୍ଧବ ଠାକ୍‌ରେ

ମୁମ୍ବାଇ,୨୬।୧୦: ବିହାର ନିର୍ବାଚନ ପାଇଁ ପ୍ରଚାର ଜୋରଦାର ହୋଇଛି। ଶିବସେନାର ବାର୍ଷିକ ଦଶହରା ରାଲି ରବିବାର ଦାଦରର ସାବାର୍କ ଅଡିଟୋରିୟମରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବିହାର ବିଧାନସଭା ନିର୍ବାଚନରେ ଭାଜପା ଦେଇଥିବା ପ୍ରତିଶ୍ରୁତି ଉପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବର୍ଷିଥିଲେ। ସେ କହିଛନ୍ତି ଯେ ବିହାରରେ ଭାଜପା ସରକାର ଗଠନ କଲେ ମାଗଣା କରୋନା ଟିକା ଦେବାକୁ ପ୍ରତିଶୃତି ଦେଇଛି, ତେବେ ଅନ୍ୟ ରାଜ୍ୟର ଲୋକମାନେ ବାଂଲାଦେଶ କିମ୍ବା କାଜାଖସ୍ତାନରୁ ଆସିଛନ୍ତି କି? ଭାଜପାକୁ ଲାଜ ମାଡିବା ଉଚିତ୍‌, ଏହି ସଙ୍କଟ ସମୟରେ ରାଜନୀତି କରୁଛି। ଉଦ୍ଧବ ଠାକୁର କହିଛନ୍ତି ଯେ ୨୦୧୪ ପର୍ଯ୍ୟନ୍ତ ନୀତୀଶ କୁମାର ଆମ ସହିତ ଥିଲେ। ସେତେବେଳେ ସେ କହିଥିଲେ ଯେ ସେ ଦେଶବାସୀ ଏକ ଧର୍ମନିରପେକ୍ଷ ଚେହେରା ଚାହୁଁଛନ୍ତି, ତେବେ ଏହା ପରେ କ’ଣ ହେଲା? କିଏ କାହାକୁ ଟିକା ଦେଇଛି? ତେଣୁ ବିହାରବାସୀ ଭାବିଚିନ୍ତି ଭୋଟ ଦେବାକୁ ଅପିଲ୍‌ କରୁଛି ବୋଲି ସେ କହିଛନ୍ତି।

Share