Categories: ଜାତୀୟ

କାମ କରୁନାହିଁ କି ଉଦ୍ଧବଙ୍କ ଅପିଲ, ଆଉ ୭ ବିଧାୟକ ଅସନ୍ତୁଷ୍ଟ

ମୁମ୍ବାଇ,୨୩ ।୬: ମହାରାଷ୍ଟ୍ରର ଉଦ୍ଧବ ସରକାରଙ୍କ ସମସ୍ୟା ବଢିବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଅପିଲ ପରେ ବି ଶିବସେନା ବିଧାୟକଙ୍କ ପଳାୟନ ଜାରି ରହିଛି । ଗୁରୁବାର ସକାଳେ ଆଉ ୩ ବିଧାୟକ ଗୁଆହାଟି ପହଞ୍ଚିିବା ବେଳେ ବୁଧାବର ୪ ବିଧାୟକ ଗୁଆହାଟିରେ ସିନ୍ଦେଙ୍କ ମେଣ୍ଟରେ ସାମିଲ ହୋଇଯାଇଛନ୍ତି ।
ସୂଚନାଯୋଗ୍ୟ, ବୁଧବାର ରାତି ପ୍ରାୟ ୮ଟାରେ ୪ ବିଧାୟକ ଗୁଆହାଟିରେ ଥିବା ରାଡିଶନ ବ୍ଲୁ ହୋଟେଲରେ ପହଞ୍ଚିଥିଲେ । ହୋଟେଲରେ ଏକନାଥ ସିଂ ବାକି ଅସନ୍ତୁଷ୍ଟ ବିଧାୟକଙ୍କ ସହ ରହିଥିଲେ । ମିଳିଥିବା ସୂଚନା ଅନୁଯାୟୀ, ସନ୍ଧ୍ୟାରେ ପହଞ୍ଚିଥିବା ୪ ବିଧାୟକ ମହାରାଷ୍ଟ୍ରର ଭାରତୀୟ ଜନତା ପାର୍ଟି(ଭାଜପା) ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ପାଟିଲଙ୍କ ସହ ସୁରଟରୁ ଗୁଆହାଟି ଯାତ୍ରା କରିଥିଲେ ।

Share