ମୁମ୍ବାଇ,୨୩।୫: ଶିବସେନା ନେତା ତଥା ପୂର୍ବତନ ଲୋକ ସଭା ବାଚସ୍ପତି ମନୋହର ଯୋଶୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଯାଇଛି। ତାଙ୍କୁ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କୁ ଆଇସିୟୁରେ ରଖାଯାଇଛି। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ହସ୍ପିଟାଲ ପକ୍ଷରୁ କୌଣସି ସୂଚନା ମିଳିନାହିଁ। ମନୋହର ଯୋଶୀଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ସୂଚନା ପାଇବା ପରେ ଶିବସେନା ନେତା ଉଦ୍ଧବ ଠାକରେ ଏବଂ ତାଙ୍କ ସ୍ତ୍ରୀ ରଶ୍ମୀ ଠାକରେ ହିନ୍ଦୁଜା ହସ୍ପିଟାଲରେ ପହଞ୍ଚିଥିଲେ।
୧୯୯୫ରେ ଶିବସେନା-ଭାଜପା ଗଠବନ୍ଧନ କ୍ଷମତାକୁ ଆସିବା ପରେ ଯୋଶୀ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେ ୨୦୦୨-୨୦୦୪ ଅତୀତରେ ଲୋକ ସଭା ବାଚସ୍ପତି ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି।